ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କ୍ୟାମେରାମ୍ୟାନ ମାନଓ ସ୍ୱାଇଁ ହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହା ମଧ୍ୟରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଆଠ ଅଭିଯୁକ୍ତ ଆଜି ଚାନ୍ଦବାଲି କୋର୍ଟରେ ହାଜର ହୋଇଥିବାର କଥା ସାମ୍ନାକୁ ଆସିଛି । ତେବେ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ନିରଞ୍ଜନ ସେଠୀଙ୍କ ସମେତ ୮ଜଣଙ୍କୁ ଚାନ୍ଦାବାଲି କୋର୍ଟରେ ହାଜର କରାଯାଇଛି । ସେପଟେ କ୍ୟାମେରମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାକୁ ଇତିମଧ୍ୟରେ ୨ ମାସରୁ ଅଧିକ ଦିନ ବିତିଗଲାଣି ।
ଏହି ସମୟ ମଧ୍ୟରେ ପୋଲିସ ପ୍ରାୟତଃ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଘଟଣାରେ ଅଧିକ ତଥ୍ୟ ଯୋଗାଡ ପାଇଁ କ୍ରାଇମ୍ବ୍ରାଞ୍ଚ ତଦନ୍ତକୁ ଜୋରଦାର କରୁଛି । ଏହି କ୍ରମରେ ଆଜି ଭଦ୍ରକ ଉପକାରାଗାରରୁ ୮ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଚାନ୍ଦବାଲି କୋର୍ଟରେ ହାଜର କରାଯାଇଛି । ଆସନ୍ତା ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ୟ୍ୟ କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।