ସୋସିଆଲ ମିଡିଆରେ ଜୟ ଶ୍ରୀରାମ ଲେଖିବାକୁ କେନ୍ଦ୍ର କରି ଜଣେ ମୁସଲିମ ଯୁବକ ଓ ତାଙ୍କ ପରିବାରର ଅନ୍ୟମାନଙ୍କୁ ନିସ୍ତୁକ ମାଡ଼

ଭୋପାଳ: ସୋସିଆଲ ମିଡିଆରେ ଜୟ ଶ୍ରୀରାମ ଲେଖିବାକୁ କେନ୍ଦ୍ର କରି ଜଣେ ମୁସଲିମ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି | ମଧ୍ୟପ୍ରଦେଶର ଭୋପାଳରୁ ଆସିଛି ଏହି ଅଭିଯୋଗ | ଏଠାରେ ମୁନୱର ଅନସାରୀ ନାମରେ ଜଣେ ଯୁବକଙ୍କୁ ନିର୍ଧୁମ ମାଡ଼ ମରାଯାଇଛି | ଅଭିଯୋଗ ଅନୁସାରେ ୧୫ରୁ ୧୬ ଜଣ ଯୁବକ ମୁନୱରଙ୍କୁ ଘରେ ପ୍ରବେଶ କରି ମାଡ଼ ମାରିଛନ୍ତି । ଅଭିଯୁକ୍ତମାନେ ମୁନୱରଙ୍କ ପରିବାର ଲୋକଙ୍କୁ ମଧ୍ୟ ଛାଡ଼ି ନାହାନ୍ତି । ତାଙ୍କର ଘରୋଇ ଜିନିଷପତ୍ର ଭାଙ୍ଗି ଦେଇଛନ୍ତି ।

ମୁନୱର ନିକଟରେ ଫେସବୁକ ପୋଷ୍ଟରେ ଜୟ ଶ୍ରୀରାମ ଲେଖିଥିଲେ । ଏହି ଘଟଣା ଭୋପାଳର ବିଲଖିରିଆ ଥାନା ଅଞ୍ଚଳରେ ହୋଇଛି । ପୀଡିତ ମୁନୱର ଅନସାରୀଙ୍କ କହିବା ଅନୁସାରେ ସେ ଫେସବୁକରେ ଲଗାତାର ଜୟ ଶ୍ରୀରାମ ଲେଖୁଥିଲେ । ଏହାକୁ କିଛି ମୁସଲିମ ଯୁବକ ବିରୋଧ କରୁଥିଲେ । ତାଙ୍କୁ ଲଗାତାର ଧମକ ଦେଉଥିଲେ । ଏହି ଘଟଣା ପରେ ପୀଡିତ ଥାନାରେ ଅଭିଯୋଗ କରିଛନ୍ତି । କୁହାଯାଉଛି ଯେ, ମୁନୱର ହେଉଛନ୍ତି ସ୍ଥାନୀୟ ବିଧାୟକଙ୍କ ସମର୍ଥକ । ଏଥି ପାଇଁ ମୁସଲିମ ଯୁବକମାନେ ତାଙ୍କୁ ଟାର୍ଗେଟ କରୁଥିବା କଥା କହିଛନ୍ତି । ସେପଟେ ପୋଲିସ ଅଭିଯୋଗ କୁ ଭିର୍ତ୍ତି କରି ତଦନ୍ତ ଆରମ୍ଭ କରିଛି |

Related Posts