
ନୂଆଦିଲ୍ଲୀ: ଶିଳ୍ପପତି ତଥା ଟାଟା ଗ୍ରୁପ୍ର ପୂର୍ବତନ ସିଇଓ ସାଇରସ ମିସ୍ତ୍ରୀଙ୍କର ବିୟୋଗକୁ ନେଇ ପ୍ରାଥମିକ ତଦନ୍ତ ରିପୋର୍ଟ ଏବେ ସାମ୍ନାକୁ ଆସିଛି। ଦ୍ରୁତ ଗତି ହିଁ ଦୁର୍ଘଟଣାର କାରଣ ବୋଲି ରିପୋର୍ଟରେ କୁହାଯାଇଛି।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୪ ତାରିଖରେ ମୁମ୍ବାଇ-ଅହମଦାବାଦ ଜାତୀୟ ରାଜପଥର ମିସ୍ତ୍ରୀଙ୍କର କାର୍ ଦୁର୍ଘଟଣାରେ ପ୍ରାଣଯାଇଥିଲା। କାର୍ଟି ଅଧିକ ଗତିରେ ଯାଇଥିବା କାରଣରୁ ଦୁର୍ଘଟଣା ହୋଇଥିବା ସୂଚନା ରିପୋର୍ଟରେ କୁହାଯାଇଛି। ଏନେଇ ମହାରାଷ୍ଟ୍ର ପାଲଘର ଏସ୍ପି ବାଲାସାହେବ ପାଟିଲ କହିଛନ୍ତି “ତଦନ୍ତ ଜାରି ରହିଛି। ପ୍ରାଥମିକ ଟେକ୍ନିକାଲ ରିପୋର୍ଟ ଅନୁସାରେ, କାର୍ ଦ୍ରୁତି ଗତିରେ ଚଳାଯାଉଥିଲା ବୋଲି ଆମେ କହିପାରିବା। କାର ଗତି ନିହାତି ୧୦୦ ପାଖାପାଖି ଥିବ। ଦୁର୍ଘଟଣା ସମୟରେ ଏହାର ୮୯ ଥିଲା। ତେବେ ରାସ୍ତାର ସ୍ଥିତି ସୁଧାରିବା ପାଇଁ ଆମେ ବିଭାଗୀୟ ଅଧିକାରୀଙ୍କ ସହ ମିଶି କାମ କରୁଛୁ।” ବଡ଼ ବଡ଼ ଗାଡ଼ି ଯାଉଥିବାରୁ ଏହି ରାସ୍ତା ପାଇଁ ସ୍ପିଡ୍ ଲିମିଟ ୪୦ ରଖାଯାଇଛି ବୋଲି ଏସ୍ପି କହିଛନ୍ତି।