କୁଚିଣ୍ଡା : ସମ୍ବଲପୁର ଜିଲ୍ଲା ଜମନକିରା ଥାନା ବଡ଼ମାଳ ପାଞ୍ଚୟତ ରାଉତପଡାରେ ଦେଖିବାକୁ ମିଳିଛି ଏକ ଲୋମହର୍ଷକାରୀ ଘଟଣା। ସ୍ତ୍ରୀକୁ ହତ୍ୟା କରିବା ପରେ ନିଜ ବାଡ଼ିରେ ପୋତିଦେଇଛି ଅଭିଯୁକ୍ତ ସ୍ବାମୀ। ଦେଢ଼ ମାସ ତଳୁ ସ୍ତ୍ରୀ ନିଖୋଜ ଘଟଣାରେ ଅଟକ ସ୍ୱାମୀର ଚାଞ୍ଚଲ୍ୟକର ବୟାନ ।
ଗାଁରେ ଚାଲିଥିବା କର୍ମା ପୂଜା ଦିନ ସ୍ତ୍ରୀକୁ ମାରି ଘର ବାଡ଼ିପଟେ ପୋତି ଥିବା ନେଇ ପୋଲିସ ଆଗରେ ମାନିଛି ସତ ।
ଘଟଣା ସ୍ଥଳରେ ମାଜିଷ୍ଟ୍ରେଟଙ୍କ ସହ ସାଇଣ୍ଟିଫିକ୍ ଟିମ ପହଂଚି ତଦନ୍ତ କରୁଛି । ତେବେ ଅଭିଯୁକ୍ତ ରଞ୍ଜନ ବାଡ଼ିରେ ସ୍ତ୍ରୀକୁ ମାରି ପୋତିଥିବା ଜାଗା ଦେଖାଇଛି । ଫଳରେ ଏସ୍ଡିପିଓ ଏବଂ ମାଜିଷ୍ଟ୍ରେଟଙ୍କ ପୋତାଯାଇଥିବା ସ୍ଥାନରେ ଖୋଳାଖୋଳି ହୋଇଛି । ବହୁଦିନ ତଳୁ ଗାଁରେ ରହୁଥିବା ବିବାହିତ ମହିଳା ତଥା ଅଭିଯୁକ୍ତ ରଞ୍ଜନ ବାଡ଼ିର ସ୍ତ୍ରୀ ସାବିତ୍ରୀ ବାଡ଼ି ନିଖୋଜ ନେଇ ଗାଁଲୋକଙ୍କ ସନ୍ଦେହ ହୋଇଥିଲା ।
ଅଭିଯୁକ୍ତକୁ ପଚାରିବାରୁ ସେ କେଉଁଆଡେ ଚାଲିଯାଇଛି ବୋଲି କହିଥିଲା । ତେବେ କିଛି ଦିନ ତଳେ ମୃତା ସାବିତ୍ରୀର ପରିବାର ଲୋକେ ସନ୍ଦେହରେ ଜମନକିରା ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ନେଇ ପଚାରିବାରୁ ସେ ସମସ୍ତ ଦୋଷ ମାନିଥିଲା । ତେବେ ନିଜ ଘର ସାଇଡ ବାଡ଼ିରେ ପୋତିଥିବା ନେଇ ସୂଚନା ଦେବା ସହ ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ ଓ sdpoଙ୍କ ଉପସ୍ଥିତିରେ ଖୋଳା ଖୋଳି ଚାଲିଛି ।
ସେପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ଅଂଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।
