ସମ୍ଭାବ୍ୟ ବାତ୍ୟା: ଦରଦାମ୍ ବୃଦ୍ଧି ନେଇ ରାଜଧାନୀର ବିଭିନ୍ନ ମାର୍କେଟରେ ଯୋଗାଣ ବିଭାଗର ଚଢାଉ, ଚାଲିଛି ଯାଞ୍ଚ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ନେଇ ଓଡ଼ିଶା ଉପରେ ଭୟର ବାତାବରଣ ଥିବା ବେଳେ, ସେପଟେ ସଜାଗ ରହିଛି ପ୍ରଶାସନ । ଭୁବନେଶ୍ୱରର ବିଭିନ୍ନ ମାର୍କେଟର ଯୋଗାଣ ବିଭାଗର ଚଢାଉ କରି ଅତ୍ୟାବଶକୀୟ ସାମଗ୍ରୀର ହୋର୍ଡିଂ ସହ ଦରଦାମ ଯାଞ୍ଚ କରୁଛି । ଦରଦାମ୍ ବୃଦ୍ଧିକୁ ନିୟନ୍ତ୍ରଣ ରଖିବାକୁ ପ୍ରଶାସନର ଏପରି ପଦକ୍ଷେପ ।

ଖବର ଅନୁଯାୟୀ, ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ସ୍ଥିତିକୁ ଦେଖି ବଜାରରେ ଅତ୍ୟାବଶକୀୟ ସାମଗ୍ରୀର ଦରଦାମ୍‌ ଧୀରେ ଧୀରେ ବୃଦ୍ଧି ପାଇବାର ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଯୋଗାଣ ବିଭାଗର ଟିମ୍‌ ଭୁବନେଶ୍ୱରରେ ବିଭିନ୍ନ ମାର୍କେଟରେ ଚଢାଉ କରୁଛନ୍ତି । ଆଳୁ, ଅଟା, ତେଲ, ପିଆଜ, ଗୁଡ଼, ଚୂଡ଼ା ଭଳି ସାନଗ୍ରୀର ଦରଦାମ ଯାଞ୍ଚ କରୁଛି ଯୋଗାଣ ବିଭାଗ ।

ରାଜ୍ୟରେ ଯଥେଷ୍ଟ ପରିମାଣର ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ରହିଛି । ତେଣୁ ଭୟଭୀତ ନହୋଇ ଆବଶ୍ୟକଠାରୁ ଅଧିକ ଆଳୁ ପିଆଜ ନକିଣିବାକୁ ପରାମର୍ଶ ଦେଇଛି ଯୋଗାଣ ବିଭାଗ । ଭୟଭୀତ ହୋଇ ଜିନିଷ ନ କିଣି ବାକୁ ପରାମର୍ଶ ।

Related Posts