ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବରଗଡ଼ ଜିଲ୍ଲା ଅମ୍ବାଭୋନା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ରାଜସ୍ବ ସହାୟକ ବଳରାମ କଲାରୀ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ପୈତୃକ ସମ୍ପତ୍ତି ଭାଗ କରିବା ପାଇଁ ଆବଶ୍ୟକୀୟ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ସେ ଡୁଙ୍ଗୁରୀ ଅଞ୍ଚଳର ନିତେଶ ପ୍ରଧାନଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ଅତର୍କିତ ଚଢ଼ାଉ କରି ତାଙ୍କୁ ଧରିବା ସହିତ ବ୍ୟବହୃତ ଟଙ୍କା ଜବତ କରିଛି।ଭିଜିଲାନ୍ସ ଇନ୍ସପେକ୍ଟର ବିଜୟ ପ୍ରଧାନଙ୍କ ନେତୃତ୍ୱରେ ଅଧିକ ତଦନ୍ତ ଜାରି ରହିଛି।