ଦୁର୍ବଳ ମୌସୁମୀ: ରାଜ୍ୟରେ ବଢ଼ିଲା ୨ ରୁ ୩ ଡ଼ିଗ୍ରୀ ଯାଏଁ ତାପମାତ୍ରା

ଭୁବନେଶ୍ୱର : ଦୁର୍ବଳ ମୌସୁମୀ । ଏହାର ପ୍ରଭାବରେ ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇଛି । ଅଧିକାଂଶ ସ୍ଥାନରେ ସ୍ବାଭାବିକଠାରୁ ୨ ରୁ ୩ ଡ଼ିଗ୍ରୀ ଯାଏଁ ଅଧିକ ରେକର୍ଡ କରାଯାଇଛି । ମୌସୁମୀ ନିମ୍ନ ଚାପରେଖାର ଉତ୍ତରାୟଣ ଗତି ସହ ରାଜ୍ୟରେ ମୌସୁମୀ ଦୁର୍ବଳ, ପ୍ରଭାବରେ ରାଜ୍ୟରେ ବର୍ଷାର ପ୍ରଭାବ କମିଥିବା ବେଳେ ଦିନ ତାପମାତ୍ରା ଅଧିକାଂଶ ସ୍ଥାନରେ ଗତ ୨୪ ଘଣ୍ଟାରେ ସ୍ବାଭାବିକ ଠାରୁ ୨ ରୁ ୩ ଡ଼ିଗ୍ରୀ ଯାଏଁ ଅଧିକ ରେକର୍ଡ କରାଯାଇଛି ।

ତେବେ ଗତ ୨୪ ଘଣ୍ଟାରେ ସର୍ବୋଚ୍ଚ ଦିନ ତାପମାତ୍ରା ଭଦ୍ରକର ଚାନ୍ଦବାଲିଠାରେ ୩୬.୫ ଡ଼ିଗ୍ରୀ ରେକର୍ଡ ହୋଇଥିବା ବେଳେ ଏହା ସ୍ବାଭାବିକ ତାପମାତ୍ରା ୩୨.୩ ଡ଼ିଗ୍ରୀ ଠାରୁ ୪.୨ ଡ଼ିଗ୍ରୀ ଅଧିକ ରହିଛି। ସେହିଭଳି ବଲାଙ୍ଗୀରରେ ସ୍ବାଭାବିକ ତାପମାତ୍ରାଠାରୁ +୪.୧ ଡ଼ିଗ୍ରୀ, ସମ୍ବଲପୁର: +୩.୯ ଡ଼ିଗ୍ରୀ, ବାରିପଦା:+୩.୬ ଡ଼ିଗ୍ରୀ, ଝାରସୁଗୁଡା:+୩.୩ ଡ଼ିଗ୍ରୀ. ଅନୁଗୁଳ: +୩ ଡ଼ିଗ୍ରୀ ଅଧିକ ରହିଛି । ରାଜଧାନୀ ଭୁବନେଶ୍ବର ଦିନ ତାପମାତ୍ରା ସ୍ବାଭାବିକଠାରୁ ୩.୧ ଡ଼ିଗ୍ରୀ ଅଧିକ ଥିବା ବେଳେ ଏବଂ କଟକଠାରେ ୩ ଡିଗ୍ରୀ ଅଧିକ ଦିନ ତାପମାତ୍ରା ରେକର୍ଡ ।

ତେବେ ଏହି ଭଳି ପାଗ ଆଗାମୀ 5 ତାରିଖ ଯାଏଁ ରହିବ । 5 ତାରିଖ ପରେ ପାଗରେ ପରିବର୍ତନ ଘଟିବ ।

Related Posts