ନିର୍ବାଚନରେ ଲଢ଼ିବା ପାଇଁ ତାମିଲନାଡ଼ୁର ବରିଷ୍ଠ ଆଇଏଏସ ଅଧିକାରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି; ବିଜେପି ଟିକେଟରୁ ଅମୃତସରରୁ ସିଦ୍ଧୁଙ୍କ ବିରୋଧରେ ଲଢ଼ିବେ ଆଇଏଏସ ଅଧିକାରୀ

ଚଣ୍ଡିଗଡ଼(ସତ୍ୟପାଠ ବ୍ୟୁରୋ): ତାମିଲନାଡ଼ୁର ଅତିରିକ୍ତ ମୁଖ୍ୟ ସଚିବ ଜଗମୋହନ ସିଂହ ରାଜୁ ସେଚ୍ଛାକୃତ ଅବସର ନେଇଛନ୍ତି । ପଞ୍ଜାବରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ହୋଇଥିବାରୁ ସେ ଏପରି କରିଥିବାର ସୂଚନା ମିଳିଛି । ସେପଟେ ତାମିଲନାଡ଼ୁ ସରକାର ତାଙ୍କ ସେବାରୁ ସେଚ୍ଛାକୃତ ଅବସରକୁ ଗ୍ରହଣ କରିଥିବାର ଖବର ସାମ୍ନାକୁ ଆସିଛି । ତାଙ୍କ ଘର ପଞ୍ଜାବରେ ଯନ୍ତ୍ରଣାଦାୟକ ଅବସ୍ଥା ଦେଖି ତାଙ୍କ ବିବେକ ଉପରେ ଭାରୀ ପ୍ରଭାବ ପକାଇଥିଲା । ମାଟିର ପୁତ୍ର ଥିବାର ସେ କିଛି କରିବାର ଆବଶ୍ୟକତା ଅନୁଭବ କରିଥିଲେ ବୋଲି ଜଗମୋହନ ସିଂହ ରାଜୁ କହିଛନ୍ତି । ଅନ୍ୟପଟେ ଷ୍ଟାଲିନ ସରକାର ତାଙ୍କ ଇସ୍ତଫା ଗ୍ରହଣ କରିବା ପରେ ତାଙ୍କୁ ବିଜେପି ପୂର୍ବ ଅମୃତସରର ପ୍ରାର୍ଥୀ ଭାବରେ ଘୋଷଣା କରିଛି ।

କଂଗ୍ରେସ ଦଳ ରାଜ୍ୟ ସଭାପତି ନବଜୋତ ସିଂହ ସିଦ୍ଧୁ ଓ ଶିରୋମାନି ଅକାଳୀ ଦଳର ନେତା ବିକ୍ରମ ସିଂହ ମାଜିଥିଆଙ୍କ ବିରୋଧରେ ଏହି ନିର୍ବାଚନୀ ମଣ୍ଡଳୀରେ ଲଢ଼ିବାକୁ ଯାଉଛନ୍ତି । ଅନ୍ୟପଟେ ଗତ ଦୁଇ ବର୍ଷ ମଧ୍ୟରେ ସେ ରାଜ୍ୟର ବିକାଶ ପାଇଁ କାମ କରିବା ପାଇଁ ପଞ୍ଜାବକୁ ଫେରିଥିଲେ ବୋଲି କହିଛନ୍ତି । ଏହା ସହ ମୁଁ ୧୯୮୦ ଦଶକରେ ତାମିଲନାଡୁ ପାଇଁ ପଞ୍ଜାବ ଛାଡିଥିଲି। ମୁଁ ଯେତେବେଳେ ପଞ୍ଜାବ ଛାଡିଥିଲି ଏହା ସବୁ ପାରାମିଟରର ଶୀର୍ଷରେ ଥିଲା କିନ୍ତୁ ବର୍ତ୍ତମାନ ଏହା ସବୁ ଦିଗରେ ଖରାପ ସ୍ଲାଇଡ୍ ହୋଇଛି । ଅର୍ଥନୈତିକ ବିକାଶ, କୃଷି ପରିସ୍ଥିତି, ସମାଜିକ ନ୍ୟାୟ ଇତ୍ୟାଦିରେ ତାମିଲନାଡ଼ୁ ଉପରକୁ ଯାଉଥିବାବେଳେ ପଞ୍ଜାବ କ୍ରମାଗତ ଭାବରେ ତଳକୁ ଖସିବାରେ ଲାଗିଛି । ପଞ୍ଜାବର ବିକାଶ କେବଳ କେନ୍ଦ୍ର ସହିତ ଆସିପାରେ କାରଣ ସେ କେନ୍ଦ୍ରରେ କ୍ଷମତାରେ ଥିବା କୌଣସି ଦଳ ସହ କାମ କରିବାକୁ ଖୋଲା ରହିବେ ବୋଲି ବିଜେପି ପ୍ରାର୍ଥୀ ଜଗମୋହନ ସିଂହ ରାଜୁ କହିଛନ୍ତି ।

Related Posts