
ଭୁବନେଶ୍ୱର,୨୪/୧(ସତ୍ୟପାଠ ବ୍ୟୁରୋ): କଟକ ବାଦାମବାଡ଼ି ଥାନା ସୂର୍ଯ୍ୟବିହାର ଲେନରୁ ଏକ ବଡ଼ଧରଣର ସେକ୍ସ ରାକେଟ ଠାବ କରିଛି କମିସନରରେଟ ପୁଲିସ। ମଙ୍ଗଳବାର ଅପରାହ୍ନରେ କମିସନରରେଟ ପୁଲିସର ସ୍ପେସିଆଲ ସ୍କ୍ୱାର୍ଡ ବିଶେଷ ସୂତ୍ରରୁ ଖବରପାଇ ସେଠାରେ ଚଢ଼ଉ କରିଥିଲା । ଏବଂ ଚଢ଼ଉ ସମୟରେ ସେହି ଘରୁ ୫ ଜଣ ଦେହଜୀବୀଙ୍କ ସହ ୨ ଗ୍ରାହକଙ୍କୁ ଠାବ କରାଯାଇଛି । ଅଟକ ଥିବା ୫ ଦେହଜୀବୀଙ୍କ ମଧ୍ୟରେ ଜଣେ ରାଣୀ ମହୁମାଛି ମଧ୍ୟ ରହିଛି। ତେବେ ସବୁଠାରୁ ବଡ଼ କଥା ହେଉଛି ଏକ ୱେବ୍ ଚ୍ୟାନେଲ ଅଫିସ ଭିତରେ ଚାଲିଥିଲା ଏହି ସେକ୍ସ ରାକେଟ।
ଦୀର୍ଘ ଦିନ ହେବ ଏହି ସେକ୍ସ ରାକେଟ ଚାଲିଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରି ଆସୁଥିଲେ। ତେବେ ଏହି ଘଟଣା ଏବେ କଟକରେ ଚହଲ ପକାଇଛି। ଥାନାର ପାଖରେ ଏପରି କାର୍ଯ୍ୟକୁ ପୁଲିସ କିପରି ଏତେଦିନ ହେଲା ଜାଣି ପାରିଲା ନାହିଁ ତାହାକୁ ନେଇ ମଧ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ବାଦାମବାଡ଼ି ଥାନା ପୁଲିସ। ରାଣୀ ମହୁମାଛି କଟକର ନାଁ ବାହାରର ତାହାର ଖୋଲତାଡ଼ ଜାରି ରଖିଛି ପୁଲିସ। ବିଶେଷକରି ସେ ୱେବ ଚ୍ୟାନେଲ ଅଫିସକୁ ନେଇ ମଧ୍ୟ ପୁଲିସ ତାର ତଦନ୍ତ ଆରମ୍ଭ କରିଛି ।
ତେବେ ଦେହଜୀବୀମାନଙ୍କୁ ଉଦ୍ଧାର କରିବା ସମୟରେ ଅନେକ ସାମଗ୍ରୀ ଜବତ କରିଛି ପୁଲିସ। ଏହି ଘଟଣା ଏବେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି। କେତେ ଦିନ ପୂର୍ବରୁ ଏହି ଅନୈତିକ କାର୍ଯ୍ୟ ସେ ୱେବ ଚ୍ୟାନେଲ ଅଫିସରେ ଚାଲିଥିଲା। ଆଉ ଏଥିରେ ୱେବ ଚ୍ୟାନେଲର ସମ୍ପୃକ୍ତି ରହିଛି ନାଁ ନାହିଁ ତାହା ତଦନ୍ତ ପରିସର ଭୁକ୍ତ ରହିଛି। ୪ ଜଣ ଦେହ ବ୍ୟବସାୟୀ ଅଟକ ଥିଲା ବେଳେ ରାଣୀ ମହୁମାଛିକୁ ଗିରଫ ଦର୍ଶାଇଛି ପୁଲିସ। ଏହାସହ କିଛି ଗ୍ରାହକଙ୍କୁ ମଧ୍ୟ ଏବେ ପୁଲିସ ଅଟକ ରଖି ପଚାରାଉଚୁରା କରୁଛି। ଆଉ ଖୁବ ଶୀଘ୍ର ଏହି ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି କଟକ ଡିସିପି କହିଛନ୍ତି।