ଇତିହାସ ରଚିଲା ଫିଲ୍ମ ‘ଗଦର ୨’, ନୂଆ ସଂସଦ ଭବନରେ ହେଲା ସ୍ପେଶାଲ ସ୍କ୍ରିନିଂ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସନ୍ନି ଦେଓଲ ଏବଂ ଅମୀଷା ପଟେଲଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଦର ୨’ ଇତିହାସ ରଚିଛି | ହଲରେ ବଡ ସଫଳତା ପରେ ଏବେ ଦେଶର ସାଂସଦମାନେ ଏହାକୁ ଦେଖିବେ | 3 ଦିନ ପାଇଁ ନୂଆ ସଂସଦ ଭବନରେ ଏହାର ସ୍ପେଶାଲ ସ୍କ୍ରିନିଂ ହେବ। ତେବେ ପୂର୍ବରୁ କୌଣସି ଫିଲ୍ମ ନୂଆ ସଂସଦ ଭବନରେ ପ୍ରଦର୍ଶିତ ହୋଇନଥିବା ବେଳେ ପ୍ରଥମ ଫିଲ୍ମ ଭାବେ ଏହି ସଫଳତା ପାଇଛି ‘ଗଦର ୨’ |

ଅଗଷ୍ଟ 25 ଅର୍ଥାତ ଆଜିଠାରୁ ସଂସଦ ଭବନରେ ସାଂସଦମାନଙ୍କ ପାଇଁ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ହୋଇଛି। ତିନି ଦିନ ଧରି ଦିନ ୧୧ଟାରେ ଏହି ଫିଲ୍ମ ପ୍ରଦର୍ଶିତ ହେବ ବୋଲି ଫିଲ୍ମର ନିର୍ଦେଶକ ଅନିଲ ଶର୍ମା ସୂଚନା ଦେଇଛନ୍ତି |

ସେପଟେ ଫିଲ୍ମ ରିଲିଜକୁ 14 ଦିନ ବିତିଥିଲେ ସୁଦ୍ଧା ବମ୍ପର କଲେକ୍ସନ ସହ ଆଗକୁ ବଢିଚାଲିଛି ଫିଲ୍ମ। ଦେଶ ତଥା ବିଦେଶରେ ଏହି ଫିଲ୍ମକୁ ନେଇ କ୍ରେଜ ଦିନକୁ ଦିନ ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ 400କୋଟିରୁ ଅଧିକ ଆୟ କରି ଚଳିତ ବର୍ଷର ବ୍ଲକବ୍ଲାଷ୍ଟର ଫିଲ୍ମ ଭାବେ ଏହା ପରିଗଣିତ ହୋଇଛି।

ତେବେ ‘ଗଦର 2’ 2001ର ଚଳଚ୍ଚିତ୍ର ‘ଗଦର ଏକ ପ୍ରେମ କଥା’ର ଏକ ସିକ୍ୱେଲ ଅଟେ। ଏହାର ପ୍ରଥମ ଭାଗ ପରି ଦ୍ଵିତୀୟ ଭାଗକୁ ମଧ୍ୟ ଦର୍ଶକ ବେଶ ପସନ୍ଦ କରୁଛନ୍ତି। ଅଗଷ୍ଟ 11 ରେ ରିଲିଜ ହୋଇଥିବା ଏହି ଫିଲ୍ମ ରିଲିଜ ହେବା ପରଠାରୁ ବକ୍ସ ଅଫିସରେ 400 କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛି। ନିକଟରେ ଏହାର ସଫଳତା ନେଇ ସନ୍ନି ଦେଓଲ୍ ଏକ ଭିଡିଓ ସେୟାର କରି ଫିଲ୍ମ ପାଇଁ ଏତେ ମାତ୍ରାରେ ଭଲପାଇବା ନେଇ ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଥିଲେ।

Related Posts