ଋଷ ବିରୋଧରେ ଲଢ଼େଇ କରିବାକୁ ୟୁକ୍ରେନ ସେନାରେ ମିଶିଲେ ତାମିଲନାଡ଼ୁର ଛାତ୍ର

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଜି ୧୩ ଦିନରେ ପହଞ୍ଚିଛି । ଯୁଦ୍ଧରେ ଉଭୟ ଦେଶର ଅନେକ କ୍ଷୟକ୍ଷତି ହେବା ସହ ହଜାର ହଜାର ସୈନିକ ପ୍ରତ୍ୟେକ ଦିନ ପ୍ରାର ହରାଉଛନ୍ତି । ତଥାପି ଉଭୟ ଦେଶ ପରସ୍ପରକୁ କଡା ଜବାବ ଦେବାରେ ଲାଗିଛନ୍ତି । ଏହା ମଧ୍ୟରେ ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାର ଜଣେ ୨୧ ବର୍ଷୀୟ ଛାତ୍ର ଅନିକେଶ ରବିଚନ୍ଦ୍ରନ ରୁଷ ବିରୁଦ୍ଧରେ ଲଢ଼ିବା ପାଇଁ ୟୁକ୍ରେନର ପାରାମିଲିଟାରୀ ଫୋର୍ସରେ ଯୋଗ ଦେଇଥିବାର କଥା ସାମ୍ନାକୁ ଆସିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଅଧିକାରୀମାନେ ତାଙ୍କ ବାସଭବନକୁ ଯାଇ ତାଙ୍କ ପିତାମାତାଙ୍କୁ ଏନେଇ ପଚାରି ବୁଝିଥିଲେ । ତେବେ ଅଧିକାରୀମାନେ ଜାଣିବାକୁ ପାଇଲେ ଯେ ସେ ଭାରତୀୟ ସେନାରେ ଯୋଗଦେବା ପାଇଁ ଆବେଦନ କରିଥିଲେ କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।

ଅନ୍ୟପଟେ ୨୦୧୮ ମସିହାରେ ସେ ସାଇନିକେଶ ଖାର୍କିଭରେ ଥିବା ଜାତୀୟ ଏରୋସ୍ପେସ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବାକୁ ୟୁକ୍ରେନ ଯାଇଥିଲେ । ଜୁଲାଇ ୨୦୨୨ ସୁଦ୍ଧା ତାଙ୍କ ପାଠ୍ୟକ୍ରମ ଶେଷ ହେବାକୁ ଯାଉଥିଲା । ଏହା ମଧ୍ୟରେ ରୁଷ ଉପରକୁ ୟୁକ୍ରେନ ଆକ୍ରମଣ କରିଥିଲା । ସେପଟେ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ତାଙ୍କ ପରିବାର ସାଇନିକେଶଙ୍କ ସହ ଯୋଗାଯୋଗ ହରାଇଥିଲେ। ଦୂତାବାସର ସାହାଯ୍ୟ ମାଗିବା ପରେ ସେମାନେ ସାଇନିକେଶଙ୍କ ସହ ଯୋଗାଯୋଗ କରିବାରେ ସକ୍ଷମ ହୋଇଥିଲେ। ତେବେ ସେନାରେ ପସିବାର ଜିଦ ପାଇଁ ସେ ୟୁକ୍ରେନ ପାରାମିଲିଟାରୀ ଫୋର୍ସରେ ସାମିଲ ହୋଇ ରୁଷ ବିରୋଧରେ ଯୁଦ୍ଧ କରିବା ପାଇଁ ଯାଉଛନ୍ତି ବୋଲି ତାଙ୍କ ପରିବାର ଲୋକଙ୍କୁ ଅବଗୋତ କରାଇଥିଲେ ।

Related Posts