ନିଖୋଜ ସ୍ୱାମୀଙ୍କୁ ଖୋଜିବାକୁ ଯାଇ ମାଓବାଦୀଙ୍କ କବଜାରେ ମହିଳା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିଖୋଜ ସ୍ୱାମୀଙ୍କୁ ଖୋଜିବାକୁ ଯାଇ ମହିଳା ନିଖୋଜ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ ରାଜଧାନୀ ରାୟପୁରରେ । ତେବେ ଗତ ୧୧ ତାରିଖରେ ମାଓବାଦୀମାନେ କାର୍ଯ୍ୟରତ ଇଞ୍ଜିନିୟର ଅଶୋକ ପାୱାର ଏବଂ ସହକର୍ମୀ ଆନନ୍ଦ ଯାଦବଙ୍କୁ ଅପହରଣ କରି ନେଇଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ ଏହାର ସୂଚନା ପାଇ ଅଶୋକଙ୍କ ସ୍ତ୍ରୀ ସୋନାଲି ପାୱାର ସ୍ୱାମୀଙ୍କୁ ମୁକ୍ତ କରିବା ଲାଗି ମାଓବାଦୀଙ୍କ ଉଦ୍ଦେଶ୍ୟରେ ଏକ ଭାବାବେଗ ଭରା ଭିଡିଓ ଜାରି କରିଥିଲେ । ହେଲେ ମାଓବାଦୀମାନେ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ନଥିଲେ ।

ଏହା ପରେ ସୋନାଲି ନିଜେ ସ୍ୱାମୀଙ୍କୁ ଉଦ୍ଧାର କରିବା ପାଇଁ ଅଢ଼େଇ ବର୍ଷର ଝିଅକୁ ସାଥିରେ ନେଇ ବାହାରିପଡ଼ିଥିଲେ । ସେ ବିଜାପୁର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଅବୁଝମଦ ଘଞ୍ଚ ଜଙ୍ଗଲ ମଧ୍ୟକୁ ଯାଇଥିବାର ସୂଚନା ମିଳିଛି । ବିଜାପୁର ଜିଲ୍ଲା ଇନ୍ଦ୍ରାବତୀ ବ୍ରିଜ ନିର୍ମାଣ କାର୍ଯ୍ୟ କରୁଥିବା ଏକ ଘରୋଇ ସଂସ୍ଥାରେ ଅଶୋକ କାର୍ଯ୍ୟ କରୁଥିଲେ । ଅନ୍ୟପଟେ ମାଓବାଦୀମାନେ ସେମାନଙ୍କର କୌଣସି କ୍ଷତି କରିନଥିବାର ଜଣାପଡ଼ିଛି । ଏପରିକି ମାଓବାଦୀମାନେ ତାଙ୍କୁ ଛାଡ଼ିବାବେଳେ ତାଙ୍କୁୁ ୨ ହଜାର ଟଙ୍କା ଦେଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ସୋନାଲି ଓ ତାଙ୍କ ଝିଅଙ୍କ କୌଣସି ପତ୍ତା ମିଳୁନଥିବାବେଳେ ଖୁବଶୀଘ୍ର ସେ ସ୍ୱାମୀଙ୍କୁ ଭେଟିବା ପାଇଁ କୁଟରୁ ଆସିବେ ବୋଲି ପୁଲିସ ଅଧିକାରୀ କହିଛନ୍ତି ।

Related Posts