ଦିଲ୍ଲୀ ପରେ ପଞ୍ଜାବରେ ଆସ୍ଥା ଭୋଟ୍ ଜିତିଲା ଆମ ଆଦମୀ ପାର୍ଟି

ଚଣ୍ଡିଗଡ଼: ଦିଲ୍ଲୀ ପରେ ପଞ୍ଜାବରେ ଆମ ଆଦ୍ମୀ ପାର୍ଟି କୁ ମିଳିଛି ସଫଳତା । ଆସ୍ଥା ଭୋଟ୍ ଜିତିଛି ଆମ ଆଦ୍ମୀ ପାର୍ଟି। ସେପ୍ଟେମ୍ବର ୨୭ ତାରିଖରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ବିଧାନସଭାରେ ଆସ୍ଥା ଭୋଟ ପ୍ରସ୍ତାବ ଆଗତ କରିଥିଲେ। ଏହାର ଦୁଇଦିନ ପରେ ରାଜ୍ୟପାଳ ବନୱାରୀଲାଲ୍ ପୁରୋହିତ ଏଥିପାଇଁ ଅନୁମତି ଦେଇଥିଲେ। ଆଉ ସୋମବାର ଆସ୍ଥା ଭୋଟ ଜିତିଛି ଆପ୍। ତେବେ ଆଜି ଦାବି କରୁଥିବା ପ୍ରସଙ୍ଗରେ ଆଲୋଚନା କରିପାରି ନଥିବାରୁ କଂଗ୍ରେସ ବିଧାୟକ ଗୃହ ଛାଡ଼ିବା ସହିତ ବିରୋଧ ପ୍ରଦର୍ଶନ କରିଥିଲେ।

ସୋମବାର ଆପ୍ ବିଧାୟକ ଶିତଲ ଅଙ୍ଗୁରାଲ ଏନେଇ ଚର୍ଚ୍ଚା ଆରମ୍ଭ କରିଥିଲେ। ଚର୍ଚ୍ଚା ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକ ଗୃହତ୍ୟାଗ କରିଥିଲେ। ବାଚସ୍ପତି ତାଙ୍କୁ ଶୂନ୍ୟ କାଳ ପ୍ରସଙ୍ଗ ଉଠାଇବା ପାଇଁ ଅନୁମତି ଦିଅନ୍ତୁ ବୋଲି ସେମାନେ ଦାବି କରୁଥିଲେ। ସେହିପରି ବିଜେପିର ଦୁଇ ବିଧାୟକ ମଧ୍ୟ ଗୃହ ତ୍ୟାଗ କରିବା ସହ ଆସ୍ଥା ପ୍ରସ୍ତାବ ଆଣି ଆପ୍ ସମ୍ବିଧାନର ଉଲ୍ଲଂଘନ କରିଛି ବୋଲି ବିଜେପି ଅଭିଯୋଗ କରିଥିଲା ।

Related Posts