ବିନିକା ବନକର୍ମଚାରୀଙ୍କ ଉପରେ ଦୁର୍ବୃତ୍ତଙ୍କ ଆକ୍ରମଣ: ଜଣେ ଗୁରୁତର ୪ ଆହତ

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜ କୌଡିଆମୁଣ୍ଡା ସେକ୍ସନ ସାହାଯବାହାଲ ଖାତୀପଡ଼ାଠାରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ବିନିକା ବନକର୍ମଚାରୀଙ୍କ ଉପରେ ଗ୍ରାମର କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଜଣାପଡ଼ିଛି । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବନକର୍ମଚାରୀ ସ୍କ୍ୱାର୍ଡ ସହ ଗଛ ଖୋଜିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି । ଫଳରେ କୌଡ଼ିଆମୁଣ୍ଡ ଫରେଷ୍ଟର ଗୁରୁତର ହେବା ସହ ୪ ଜଣ ବନ କର୍ମଚାରୀ ସ୍କ୍ୱାର୍ଡ ଆହତ ହୋଇଛନ୍ତି ।

ସେମାନଙ୍କୁ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏନେଇ ଖବର ପାଇବା ପରେ ପୋଲିସ ଘଟଣସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Posts