
ନୂଆଦିଲ୍ଲୀ: ଗିରଫ ହେଲେ ଆପ ବିଧାୟକ ଅମନତୁଲ୍ଲାହ ଖାନ । ଦିଲ୍ଲୀରେ ବେଆଇନ୍ ଉଚ୍ଛେଦ ଘଟଣାରେ ପୁଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଥିଲେ । ପରେ ଏହି ଘଟଣାରେ ପୋଲିସ ଆମ୍ ଆଦ୍ମି ପାର୍ଟି ବିଧାୟକ ଗିରଫ କରିଥିଲା । ଆପ ବିଧାୟକ ଅମନତୁଲ୍ଲାହ ଖାନଙ୍କୁ ଗିରଫ କରିଛି କେନ୍ଦ୍ର ଅଧିକାରରେ ଥିବା ଦିଲ୍ଲୀ ପୁଲିସ୍। ତା ସହିତ ଅନ୍ୟ ୫ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି।
ଦିଲ୍ଲୀର ମଦନପୁର ଖଦରରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଥିବା ବେଳେ ପୁଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଥିଲେ। ଗୁରୁବାର ରାତିରେ ଏହି ଘଟଣାରେ ଆପ୍ ବିଧାୟକଙ୍କୁ ଗିରଫ କରାଯାଇଛି। ବିଜେପି ଶାସିତ ଦିଲ୍ଲୀର ମ୍ୟୁନିସିପାଲ କର୍ପୋରେସନ୍ର ଉଚ୍ଛେଦ ଅଭିଯାନର ବିରୋଧରେ ବିକ୍ଷୋଭ କରୁଥିଲେ। ଏହାପରେ ଅପରାହ୍ନରେ ପୁଲିସ ତାଙ୍କୁ ଅଟକ ରଖିଥିଲା। ତାଙ୍କୁ କଲକାଜି ପୁଲିସ ଷ୍ଟେସନକୁ ନିଆଯାଇଛି ବୋଲି ସୂଚନା ମିଳିଛି।
ଅମନୁତୁଲ୍ଲାଙ୍କୁ ଗିରଫ କରିବା ପରେ ତାଙ୍କ ବିରୋଧରେ ଦଙ୍ଗା ଓ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଇଥିବା ସୂଚନା ମିଳିଛି।