କୋଇଲା ଦୁର୍ନୀତି ମାମଲାରେ ଇଡି କାର୍ଯ୍ୟାଳୟରେ ହଜାର ହେଲେ ଅଭିଷେକ ବାନାର୍ଜୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କିଛି ଦିନର ବ୍ୟବଧାନ ପରେ ପୁଣି ପଶ୍ଚିମବଙ୍ଗରେ ଆକ୍ସନ ମୋଡ କୁ ଆସିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପଶ୍ଚିମବଙ୍ଗରେ କୋଇଲା ଦୁର୍ନୀତି ମାମଲାରେ ଶାସକ ଦଳ ଟିଏମସିର ମହା ସଚିବ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଆଜି କୋଲକତା ସ୍ଥିତ ଇଡି କାର୍ଯ୍ୟାଳୟରେ ହଜାର ହୋଇଛନ୍ତି । ତେବେ ଏହି ମାମଲାରେ ଗତ ଅଗଷ୍ଟ ୩୦ ତାରିଖ ଦିନ ଇଡି ତରଫରୁ ପଚରା ଉଚରା ପାଇଁ ଅଭିଷେକଙ୍କୁ ନୋଟିସ କରାଯାଇଥିଲା। ନୋଟିସ୍ ଅନୁସାରେ ଆଜି ଅଭିଷେକ ଇଡି ଅଫିସରେ ହାଜର ହୋଇଛନ୍ତି।

ସୂଚନା ଅନୁସାରେ, ବର୍ତ୍ତମାନ ଇଡିର ଅଧିକାରୀ ମାନେ ଅଭିଷେକଙ୍କୁ ପଚରା ଉଚରା କରୁଛନ୍ତି । ତେବେ ଏହି ମାମଲାରେ ଆଗରୁ ଇଡି ତରଫରୁ ଅଭିଷେକଙ୍କୁ ଅନେକ ଥର ପଚରା ଉଚରା କରାଯାଇଛି । ଏହି କ୍ରମରେ ଆଜି ଅଭିଷେକ ବାନାର୍ଜୀ ପାଖାପାଖି ସକାଳ ୧୧ ଟାରେ କୋଲକତା ସଲ୍ଟଲେକ୍ ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ । ସେପଟେ ଗୁରୁବାର ଦିନ ଦିଲ୍ଲୀରୁ ୫ ଜଣିଆ ଇଡି ଅଧିକାରୀଙ୍କ ଟିମ୍ ଅଭିଷେକଙ୍କ ଜେରା ପାଇଁ କୋଲକତା ପହଞ୍ଚିଥିବା କଥା କୁହାଯାଉଛି ।

ଅନ୍ୟପକ୍ଷରେ ଅଭିଷେକ ଇଡି କାର୍ଯ୍ୟାଳୟରେ ହାଜର ହେବା ବେଳକୁ ତୃଣମୂଳ କଂଗ୍ରେସ୍ ର ହଜାର ହଜାର କର୍ମୀ ସେଠାରେ ପହଞ୍ଚି ଯାଇଥିଲେ । ଏହାକୁ ନଜରରେ ରଖି ଇଡି କାର୍ଯ୍ୟାଳୟ ଚାରିପଟେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Related Posts