ରାଜଧାନୀରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଅବିନାଶଙ୍କ ମୃତ ଦେହ ଉଦ୍ଧାର ଘଟଣା: ପୋଲିସ ହାତରେ ଲାଗିଲା ସିସିଟିଭି ଫୁଟେଜ

ଭୁବନେଶ୍ୱର : ଅସୁରକ୍ଷିତ ହୋଇପଡିଛି ରାଜଧାନୀ ଭୁବନେଶ୍ୱର | ଦିନକୁ ଦିନ ହତ୍ୟା ପରି ସଂଘିନ ଘଟଣା ସାମ୍ନାକୁ ଆସୁଥିବା ବେଳେ, ଅର୍ଦ୍ଧଦଗ୍ଧ ଅବସ୍ଥାରେ ଅବିନାଶ ପ୍ରଧାନଙ୍କ ମୃତ ଦେହ ମିଳିବା ଘଟଣାରେ ପୋଲିସ ହାତରେ ଲାଗିଛି ବଡ ସୁରାଖ | ଅବିନାଶଙ୍କୁ ହତ୍ୟା କରାଯାଇଥିବାର ଗୋଟିଏ ପରେ ଗୋଟିଏ ପ୍ରମାଣ ଏବେ କମିଶନରେଟ ପୋଲିସ ହାତରେ ଲାଗିବା ଆରମ୍ଭ ହୋଇଛି |

ସେଦିନ ଶିଖରଚଣ୍ଡୀ ରାସ୍ତାରେ ଜଣେ ଯୁବକଙ୍କୁ ସହ ଯାଇଥିଲେ ଅବିନାଶ । କିଛି ସମୟ ପରେ ସେହି ରାସ୍ତାରୁ ଦୁଇଟି ବାଇକରେ ଚାରିଜଣ ଫେରିଥିଲେ । ଯାହାର ସିସିଟିଭି ଫୁଟେଜ ଲାଗିଛି ପୋଲିସ ହାତରେ ଲାଗିଛି । ବାଇକରେ କିଏ ଅବିନାଶ ସହ ଥିଲା ସେନେଇ ଜଣାପଡିଛି । ଫେରିଥିବା ବାଇକରେ ବସିଥିବା ଚାରି ଯୁବକ କିଏ । ପୋଲିସ ଅବିନାଶଙ୍କ ମୋବାଇଲ ସିଡ଼ିଆର ଯାଞ୍ଚ କରୁଛି । ଶିଖରଚଣ୍ଡୀ ତୋରଣ ସାମ୍ନା ରାସ୍ତାରେ ଲାଗିଥିବା ଟ୍ରାଫିକ୍‌ ଭାଓଲେସନ ଡିଟେକ୍ସନ କ୍ୟାମେରା (ଟିଭିଡିଏସ୍‌) ସହ ଇନଫୋସିଟି, ଶିଖରଚଣ୍ଡୀ ଛକରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯାଇଛି ।

ପୋଲିସ ଟିମ୍‌ ଅବିନାଶଙ୍କ ବାଇକ୍‌ ସହ ଅନ୍ୟ ୨ଟି ବାଇକ୍‌ର ସନ୍ଧାନ ପାଇଛି । ଗ୍ୟାଲାକ୍ସି ଗାର୍ଡେନରୁ ରାତି ସାଢ଼େ ୮ଟାରେ ଅବିନାଶ ଜଣେ ସାଙ୍ଗଙ୍କ ସହ ବାଇକ୍‌ରେ ବାହାରିଥିଲେ । ଉଭୟେ ଶିଖରଚଣ୍ଡୀ ପାହାଡ଼ ରାସ୍ତାରେ ଉପରକୁ ଯାଇଥିଲେ । ପ୍ରାୟ ଘଣ୍ଟାଏ ଯାଏ ଫେରିନଥିଲେ । କିନ୍ତୁ ରାତି ୯ଟା ୩୫ ମିନିଟ୍‌ରେ ୨ଟି ବାଇକ୍‌ ପାହାଡ଼ ରାସ୍ତା ଦେଇ ତଳକୁ ଆସିଥିଲା । ସେଥିରେ ୪ଜଣ ଯୁବକ ବସିଥିଲେ । ୪ଜଣ ଯୁବକ ଇନ୍‌ଫୋସିଟି ଥାନା ଆଡ଼େ ବାଇକ୍‌ ନ ନେଇ ପଥରଗାଡ଼ିଆ ରାସ୍ତା ଦେଇ ପଳାଇଥିଲେ ।

ପୋଲିସ ସନ୍ଦେହ କରୁଛି, ହତ୍ୟାରେ ଏମାନଙ୍କ ସମ୍ପୃକ୍ତି ରହିଛି । ଅବିନାଶଙ୍କ ସହ ଯାଇଥିବା ସାଙ୍ଗଙ୍କ ବାଦ୍‌ ଅନ୍ୟ ୩ଜଣ ବୋଧହୁଏ ପୂର୍ବରୁ ପାହାଡ଼ରେ ଛକି ରହିଥିବେ । ଅବିନାଶଙ୍କୁ ପାହାଡ଼ ଉପରକୁ ଆଣିବା ପରେ ସମସ୍ତେ ମିଶି ଲୋମଟାଙ୍କୁରା କାଣ୍ଡ ଘଟାଇଥିଲେ । ସେପଟେ ଅବିନାଶଙ୍କ ବାପା ଲଲାତେନ୍ଦୁ କହୁଛନ୍ତି, ରାତି ୮ଟା ୧୮ ମିନିଟ୍‌ରେ ପୁଅ ସାଙ୍ଗମାନଙ୍କ ସହ ଗ୍ୟାଲାକ୍ସି ଗାର୍ଡେନରେ ଥିବା କହିଥିଲା । କିନ୍ତୁ ପରେ ଆଉ ଫୋନ୍‌ ଉଠାଇଲାନି ।

ଏହି ସମୟରେ ଅବିନାଶ ସହ ଯେଉଁମାନେ ଥିଲେ, ସେମାନଙ୍କ ମଧ୍ୟରୁ କେହି ହତ୍ୟାରେ ସମ୍ପୃକ୍ତି ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି ।ଏହାବାଦ୍‌ ପୁଲିସ ଅବିନାଶଙ୍କ କଲ୍‌ ଡିଟେଲ୍ସ ରେକର୍ଡ (ସିଡିଆର୍‌) ଯାଞ୍ଚ କରିଛି । ଗତକାଲି ରାତିରେ ସେ ବାପାଙ୍କ ବାଦ୍‌ ଅନ୍ୟ ୩ଜଣଙ୍କ ସହ କଥା ହୋଇଥିବା ତଥ୍ୟ ମିଳିଛି । ସେମାନଙ୍କୁ ଫୋନ୍‌ କରି ପୁଲିସ ପଚରାଉଚରା କରିଛି । ଅବିନାଶର କିଛି ସାଙ୍ଗଙ୍କ ବୟାନ ରେକର୍ଡ କରିଛି।

ସୂଚନାଯୋଗ୍ୟ, ବୁଧବାର ବିଳମ୍ବିତ ରାତିରେ ଏଠାରୁ ଅବିନାଶଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପୁଲିସ ଉଦ୍ଧାର କରିଥିଲା । ହେଲେ ହସ୍ପିଟାଲ ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ପୁଲିସ ପ୍ରଥମେ ଆତ୍ମହତ୍ୟା ମାମଲା ରୁଜୁ କରିଥିଲା । ହେଲେ ପରିବାର ଲୋକଙ୍କ ଅଭିଯୋଗ ମୁତାବକ ପୁଲିସ ହତ୍ୟା ମାମଲା ରୁଜୁ କରିଛି |

Related Posts