କେନ୍ଦୁଝର ସଦର ଥାନା ଏନ୍ଏଚ୍-୪୯ ବାଇପାସ୍ ନିକଟରେ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ କନଷ୍ଟେବଳଙ୍କର ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ସଦର ଥାନା ଏନ୍ଏଚ୍-୪୯ ବାଇପାସ୍ ନିକଟରେ ଘଟିଛି ଦୁର୍ଘଟନା। ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ସଡ଼କ ଦୁର୍ଘଟଣାରେ ଜଣେ ପୁଲିସ କନଷ୍ଟେବଳଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, କବିତ୍ରା ନିକଟ ଏନ ଏଚ-୪୯ ବାଇପାସରେ ଆଜି ସକାଳୁ ଦୁର୍ଘଟଣା ଘଟିଛି। ଡ୍ଯୁଟି ସାରି କନେଷ୍ଟବଳ ମନୋଜ କୁମାର ମହାନ୍ତ (୪୦) ଘରକୁ ଫେରୁଥିବାବେଳେ ଏକ ଟ୍ରକ ତାଙ୍କୁ ପଛପଟୁ ପିଟି ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। କନଷ୍ଟେବଳ ମନୋଜ କୁମାର ମହାନ୍ତଙ୍କ ଘର ବାରିଆ ଥାନା ଉଖୁଣ୍ଡା ଅଞ୍ଚଳରେ ବୋଲି ଜଣାଯାଇଛି ।

Related Posts