ଖୋର୍ଦ୍ଧା ବଡ଼ପୋଖରୀଆ ଛକ ନିକଟରେ ଦୁର୍ଘଟଣା: ଟ୍ରକକୁ ପିଟିଲା କାର୍‌, ୪ ମୃତ

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ୧୬ ନମ୍ବର ଜାତୀୟ ରାଜପଥର ବଡ଼ପୋଖରୀଆ ଛକ ନିକଟରେ ଘଟିଛି ଦୁର୍ଘଟଣା । ଟ୍ରକକୁ ପିଟିଲା କାର୍‌ । ଯେଉଁଥିରେ ୪ଜଣଙ୍କ ମୃତ୍ୟୁ ହୋଇଛି ।

ଖବର ଅନୁଯାୟୀ, ଏକ୍‌ କାର୍‌ଟି ବାଲୁଗାଁ ଆଡୁ ଖୋର୍ଦ୍ଧା ପଟୁ ଆସୁଥିଲା । ଏହି ସମୟରେ ଏକ ଟ୍ରକକୁ ଜୋରଦାର ଧକ୍କା ଦେଇଥିଲା କାର୍‌ । ଯାହାଫଳରେ କାର୍‌ରେ ଥିବା ୪ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତେ ଜଗନ୍ନାଥ ଦର୍ଶନ ପାଇଁ ଆନ୍ଧ୍ରପ୍ରଦେଶରୁ ପୁରୀ ଯାଉଥିଲେ । ଏବେ ଯାଏଁ ସେମାନଙ୍କ ନାମ ହସ୍ତଗତ ହୋଇନଥିବା ବେଳେ ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଏବଂ ଦୁଇ ଜଣ ପୁରୁଷ ଥିବା ଜଣାପଡିଛି।

Related Posts