ଜଳେଶ୍ୱର ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ଦୁର୍ଘଟଣା: ବସ୍‌କୁ ପଛ ପଟୁ ପିଟିଲା କଣ୍ଟେନର

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ଦୁର୍ଘଟଣା ଘଟିଛି । ବସ୍‌କୁ ପଛ ପଟୁ ପିଟିଛି କଣ୍ଟେନର ଫଳରେ ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ହୋଇନଥିବା ବେଳେ କିଛି ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ବସ୍‌ଟି ପଶ୍ଚିମବଙ୍ଗ ବୀରଭୂମି ଜିଲ୍ଲା ମୁରାରୋଇ ଅଞ୍ଚଳରୁ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଆସୁଥିଲା । ହେଲେ ଜଳେଶ୍ୱର ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣ ନାଥ ଟୋଲ୍‌ ପ୍ଲାଜା ନିକଟରେ ଏକ କଣ୍ଟେନର ଏହି ତୀର୍ଥଯାତ୍ରୀ ବସ୍‌କୁ ଧକ୍କା ଦେଇଥିଲା । ଯାହାଫଳରେ କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ଏପିରିକି ବସର ପଛ ସିଟରେ ବସିଥିବା ୩ ଯାତ୍ରୀ ଚାପି ହୋଇଯାଇଥିବା ଜଣାପଡିଛି । ଅନ୍ୟ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Related Posts