କଟକ ବାଦାମବାଡି ସ୍ଥିତ ପାଲାମଣ୍ଡପ ଛକରେ ଦୁର୍ଘଟଣା: ସିଏମସି ଗାଡି ଧକ୍କାରେ ଜଣେ ଗୁରୁତର

କଟକ : କଟକ ବାଦାମବାଡି ସ୍ଥିତ ପାଲାମଣ୍ଡପ ଛକ ନିକଟରେ ଘଟିଛି ଦୁର୍ଘଟଣା । ସିଏମସି ଗାଡି ଧକ୍କାରେ ଜଣେ ଗୁରୁତର ଆହତ ହୋଇଛି । ଗୁରୁତରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ପାଲାମଣ୍ଡପରେ ପାଲା ଦେଖି ଫେରୁଥିଲେ ଜଣେ ଯୁବକ । ଏହି ସମୟରେ ସିଏମ୍‌ସି ଏକ ଅଳିଆ ବୁହା ଟ୍ରାକ୍ଟର ଗାଡି ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଯୁବକ ଜଣଙ୍କ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସେପଟେ ଏହି ଦୁର୍ଘଟଣା କୁ ନେଇ ସ୍ଥାନୀୟ ଅଂଚଳରେ ଉତେଜେନା ପ୍ରକାଶ ପାଇଛି ।

Related Posts