ମହାରାଷ୍ଟ୍ରରେ ଗଡଗ ଏକ୍ସପ୍ରେସ୍ ଏବଂ ପୁଡୁଚେରୀ ଏକ୍ସପ୍ରେସ୍ ମଧ୍ୟରେ ଦୁର୍ଘଟଣା

ମୁମ୍ବାଇ: ମହାରାଷ୍ଟ୍ରରେ ଗଡଗ ଏକ୍ସପ୍ରେସ୍ ଏବଂ ପୁଡୁଚେରୀ ଏକ୍ସପ୍ରେସ୍ ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ହୋଇଛି । ‘ମୁମ୍ବାଇ ସିଏସ୍‌ଏମ୍‌ଟି ଗଡ଼ଗ ଏକ୍ସ୍‌ପ୍ରେସ୍‌’ ସଂଗେ ସାମାନ୍ୟ ଧକ୍କା ଖାଇବା ହେତୁ ଗତ ଶୁକ୍ରବାର ରାତିରେ ମୁମ୍ବାଇର ମାଟୁଙ୍ଗା ଷ୍ଟେସନ୍‌ରେ ‘ଦାଦର-ପୁଡ୍ଡୁଚେରୀ ଏକ୍ସପ୍ରେସ୍‌’ର ୩ଟି ବଗି ଧାରଣାଚ୍ୟୁତ ହୋଇଯାଇଥିବା କଥା ‘କେନ୍ଦ୍ରୀୟ ରେଳବାଇ’ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।ଦାଦର ଏବଂ ମଟୁଗାଁ ମଧ୍ୟରେ ଟ୍ରାକ୍ ବଦଳାଇବା ବେଳେ ଏହି ଦୁଇ ଟ୍ରେନ୍ ସାମ୍ନାସାମ୍ନି ହୋଇଥିଲେ । ଉଭୟ ଟ୍ରେନ୍‌ର ବଗିଗୁଡିକ ନିଜ ନିଜ ମଧ୍ୟରେ ପିଟି ହେବା ଯୋଗୁଁ ଓଭର ହେଡ୍ ଓ୍ବେୟାର ଭାଙ୍ଗି ଯାଇଥିଲା । ଫଳରେ ପ୍ରଚଣ୍ଡ ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା ।

କିନ୍ତୁ, ଏହି ଦୁର୍ଘଟଣାରେ କେହି ଆହତ ହୋଇ ନ ଥିବା କଥା ସେ କହିଛନ୍ତି। ‘ରେଲ୍‌ୱେ ସିପି’ ମଧ୍ୟ କହିଛି, ମାଟୁଙ୍ଗା ରେଳ ଷ୍ଟେସନ୍‌ ନିକଟରେ ‘ଚାଲୁକ୍ୟ ଏକ୍ସ୍‌ପ୍ରେସ୍‌’ ଏବଂ ‘ମୁମ୍ବାଇ ସିଏସ୍‌ଏମ୍‌ଟି ଗଡ଼ଗ ଏକ୍ସ୍‌ପ୍ରେସ୍‌’ ମଧ୍ୟରେ ସାମାନ୍ୟ ଧକ୍କା ହୋଇଛି। ଏଯାବତ୍‌ କେହି ଆହତ ହୋଇଥିବା ରିପୋର୍ଟ ଆସିନାହିଁ। ଉପନଗରୀ ଟ୍ରେନ୍‌ ସବୁ ଚଳାଚଳ କରୁଛି।

ଉଭୟ ଟ୍ରେନ୍ ସାମ୍ନାସାମ୍ନି ହେବା ବେଳେ ଟ୍ରେନ୍‌ର ବେଗ ବହୁତ କମ୍ ଥିଲା । ଏଥିପାଇଁ କାହାର କୌଣସି କ୍ଷତି ଘଟିନାହିଁ । ପ୍ରାଥମିକ ତଦନ୍ତ ଅନୁସାରେ ଟ୍ରାକ୍ ବଦଳାଇବା ବେଳେ ଉଭୟ ଟ୍ରେନ୍‌ର ବଗି ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଟ୍ରେନ୍ ବଗିଗୁଡିକ ରେଳ ଧାରଣାରୁ ଖସିଯାଇଥିଲା ।

ସୂଚନା ଅନୁସାରେ, ଏହି ଦୁର୍ଘଟଣା ଶୁକ୍ରବାର ରାତିରେ ଘଟିଥିଲା । ଏହି ଦୁର୍ଘଟଣା ମଟୁଗାଁ ରେଲଓ୍ବେ ଷ୍ଟେସନ ନିକଟରେ ଘଟିଥିଲା । ଏଥିଯୋଗୁଁ ଲୋକାଲ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

କେନ୍ଦ୍ରୀୟ ରେଳବାଇର ଅତିରିକ୍ତ ଜେନେରାଲ୍‌ ମ୍ୟାନେଜର୍‌ ବି.କେ. ଦାଦାଭୋୟ କହିଛନ୍ତି ଯେ, ଧାରଣାଚ୍ୟୁତ ହୋଇଥିବା ବଗିଗୁଡ଼ିକୁ ସଜାଡ଼ିବା ପାଇଁ ୭/୮ ଘଣ୍ଟା ଲାଗିବ।। କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବାଜୀ ସୂତାର କହିଛନ୍ତି ଯେ, ଘଟଣାସ୍ଥଳକୁ ରିଲିଫ୍‌ ଟ୍ରେନ୍‌ ପଠାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ‘୧୧୦୦୫ ଦାଦର୍‌-ପୁଡ୍ଡୁଚେରୀ ଏକ୍ସ୍‌ପ୍ରେସ୍‌ ମାଟୁଙ୍ଗା ଷ୍ଟେସନ୍‌ ପାଖରେ ଧାରଣାଚ୍ୟୁ ହୋଇଥିବା ଖବର ଆମେ ରାତି ପ୍ରାୟ ୯.୪୫ରେ ପାଇଲୁ। କେହି ମୃତାହତ ହୋଇଥିବା ରିପୋର୍ଟ ହସ୍ତଗତ ହୋଇ ନାହିଁ। ନିରାପତ୍ତା କାରଣରୁ ଆମେ ତୁରନ୍ତ ଉକ୍ତ ଲାଇନ୍‌ ସହ ସଂଲଗ୍ନ ଥିବା ଲାଇନ୍‌ଗୁଡ଼ିକରେ ରେଳ ଚଳାଚଳ ବାତିଲ କରିଛୁ।

Related Posts