ଅନାଥ ପିଲାଙ୍କ ପାଇଁ ପି ଏମ୍ କେୟାର ଫଣ୍ଡରୁ କଣ କରିଛ, ହିସାବ ଦିଅ – ସୁପ୍ରିମକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତରେ କରୋନା ମହାମାରୀ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଛୋଟଛୋଟ ଛୁଆ। ମହାମାରୀ ପ୍ରଭାବରେ ୯୦୦୦ ରୁ ଅଧିକ ପିଲା ଅନାଥ ହୋଇଯାଇଛନ୍ତି। ତେବେ ଏହି ଅନାଥ ପିଲାଙ୍କ ପାଇଁ ପି ଏମ୍ କେୟାର ଫଣ୍ଡରୁ କଣ କରିଛ ମଙ୍ଗଳବାର ଦିନ ଏ ସମ୍ପର୍କରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏ ନେଇ ପ୍ରଶ୍ନ କରିଛନ୍ତି। ପିଏମ୍ କେୟାର ଫଣ୍ଡ ଅଧୀନରେ ଘୋଷଣା କରାଯାଇଥିବା ଯୋଜନାର ବିବରଣୀ ପ୍ରଦାନ କରିବାକୁ କୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ଆମିକସ୍ କ୍ୟୁରି ଗୌରବ ଅଗ୍ରୱାଲ ୧୦ ଟି ରାଜ୍ୟ ଚିହ୍ନଟ କରିଛନ୍ତି – ତେଲେଙ୍ଗାନା, ତାମିଲନାଡୁ, କେରଳ, କର୍ଣ୍ଣାଟକ, ଗୁଜୁରାଟ, ରାଜସ୍ଥାନ, ୟୁପି, ବିହାର ଏବଂ ଝାଡଖଣ୍ଡ – ଯେଉଁଠାରେ ନୋଡାଲ ଅଧିକାରୀ ନିଯୁକ୍ତ ହେବେ।  ଏହି ତାଲିକାରେ ଆହୁରି ଅଧିକ ରାଜ୍ୟ ଯୋଡିବା ପାଇଁ କୋର୍ଟ ପରାମର୍ଶ ଦେଇଛନ୍ତି ।ସୂଚନାଯୋଗ୍ୟ ମେ ୨୯ ରେ, କରୋନାରେ ପିତା ମାତା କିମ୍ବା ଅଭିଭାବକଙ୍କୁ ହରାଇଥିବା ପିଲାମାନଙ୍କ ପାଇଁ କେନ୍ଦ୍ର ଆର୍ଥିକ ସହାୟତା ଘୋଷଣା କରିଥିଲା।  PM Cares ଏକ ସ୍ବତନ୍ତ୍ର ସ୍କିମ୍ ମାଧ୍ୟମରେ ପ୍ରତ୍ୟେକ ପିଲାଙ୍କ ବୟସ 18 ବର୍ଷ ବୟସରେ 10 ଲକ୍ଷ ଟଙ୍କାର କର୍ପସ ସୃଷ୍ଟି କରିବାରେ ସହଯୋଗ କରିବ । ଉଚ୍ଚଶିକ୍ଷା ସମୟରେ ଶିଶୁର ବ୍ୟକ୍ତିଗତ ଆବଶ୍ୟକତାର ଯତ୍ନ ନେବା ପାଇଁ 18-23 ବର୍ଷ ବୟସରୁ ମାସିକ ଷ୍ଟାଇପେଣ୍ଡ ଦେବା ପାଇଁ କର୍ପସ ବ୍ୟବହାର କରାଯିବ । 23 ବର୍ଷ ବୟସରେ ପହଞ୍ଚିବା ପରେ, ପିଲାଟି ବ୍ୟକ୍ତିଗତ ଏବଂ ବୃତ୍ତିଗତ ବ୍ୟବହାର ପାଇଁ ଏକଲକ୍ଷ ଟଙ୍କା ଭାବରେ କର୍ପସ ରାଶି ପାଇବ । ଏଭଳି ପିଲାମାନଙ୍କ ପାଇଁ ମାଗଣା ଶିକ୍ଷା ମଧ୍ୟ ସରକାର ନିଶ୍ଚିତ କରିବେ ବୋଲି ଘୋଷଣା କରିଛନ୍ତି। ମହାମାରୀ ପ୍ରଭାବରେ ୧୭ ବର୍ଷରୁ କମ୍ ବୟସର ୯,୩୪୬ ପିଲା ଅନାଥ ହୋଇଯାଇଛନ୍ତି। ଏମାନଙ୍କ ମଧ୍ୟରୁ କିଛି ଜଣ ସେମାନଙ୍କର ଉଭୟ ବାପା ମା’ଙ୍କୁ ହରାଇଥିବା ବେଳେ ଆଉ କିଛି ପିଲା ବାପା କିମ୍ବା ମା’ଙ୍କୁ ହରାଇଛନ୍ତି। ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ(ଏନସିପିସିଆର) ପକ୍ଷରୁ ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ ଏହି ସୂଚନା ଦିଆଯାଇଛି। 

Related Posts