ମୋଦିଙ୍କୁ କୁନି ଝିଅ ଭିଡ଼ିଓର ପ୍ରଭାବ – ଜାମ୍ମୁ କାଶ୍ମୀର ସରକାର ହ୍ରାସ କଲେ ହୋମାୱାର୍କ ଭାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ୫ ବର୍ଷ କୁନି ଝିଅ ମାହିରା ପୁଣି ଥରେ ଚର୍ଚ୍ଚାରେ । ସ୍କୁଲରେ ହୋମୱାର୍କର ଭାର ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି କୁନି ଝିଅଟି ସୋସିଆଲ ମିଡିଆରେ ନିବେଦନ କରିଥିଲେ । ତାଙ୍କର ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଥିଲା । ସବୁଠାରୁ ରୋଚକ କଥାଟି ହେଉଛି ଏହି କୁନି ଝିଅର ଭିଡିଓ ବାର୍ତା ପରେ ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପରିକି ଘଟଣାର ଯାଞ୍ଚ ବି କରାଇଥିଲେ । ଉପରାଜ୍ୟପାଳ ମନୋଜ ସିହ୍ନା ଏ ନେଇ ଟ୍ୱିଟ୍ କରି କହିଛନ୍ତି, ସ୍କୁଲ ଗଣଶିକ୍ଷା ବିଭାଗ ଅନଲାଇନ କ୍ଲାସକୁ ୨ ଭାଗରେ ବିଭକ୍ତ କରିବା ସହ ସମୟ ସୀମାରେ ପରିବର୍ତ୍ତନ କରାଯିବ ବୋଲି କହିଛନ୍ତି । ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଅନଲାଇନ୍ କ୍ଲାସ୍ ଦେଢ ଘଣ୍ଟା କରାଯିବ । ସେହିଭଳି ନବମରୁ ଦ୍ୱାଦଶ ଶ୍ରେଣୀ କ୍ଲାସ ପ୍ରତିଦିନ ୩ ଘଣ୍ଟା କରାଯିବ । କେବଳ ଏତିକି ନୁହେଁ ସ୍କୁଲ ପିଲାମାନଙ୍କ ଉପରେ ହୋମୱାର୍କର ଭାର ହ୍ରାସ କରିବାକୁ ୪୮ ଘଣ୍ଟା ମଧ୍ୟରେ ଏକ ନୀତି ପ୍ରସ୍ତୁତ କରିବାକୁ ବିଦ୍ୟାଳୟ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଅଳ୍ପ ବୟସରେ ପିଲାମାନଙ୍କ ଉପରେ ଅଧିକା ଚାପ ପକାଇବା ଉଚିତ୍ ନୁହଁ ବୋଲି ଉପରାଜ୍ୟପାଳ ମନୋଜ ସିହ୍ନା।

Related Posts