ଘୋର ସଙ୍କଟରେ ବିଜେପି : ଦେବେଗୌଡ଼ା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ୧୯୯୬ ସାଧାରଣ ନିର୍ବାଚନରେ ଏକ ଅସ୍ପଷ୍ଟ ଜନାଦେଶ ମିଳିବା ପରେ ଜାତୀୟ ରାଜନୀତିରେ ଜେଡିଏସ୍ ମୁଖ୍ୟ ଏଚ୍. ଡି ଦେବଗୌଡାଙ୍କ ନାମ ଚର୍ଚ୍ଚା ଆରମ୍ଭ ହୋଇଥିଲା। ପ୍ରଥମ ଥର ପାଇଁ କର୍ଣ୍ଣାଟକ ରାଜନୀତିରୁ ବାହାରି ସେ ଜାତୀୟ ରାଜନୀତିରେ ନିଜର ଦବଦବା ଜାହିର କରି ଥିଲେ । କଂଗ୍ରେସ ଦ୍ୱାରା ସମର୍ଥିତ 13 ଟି ଦଳର ୟୁନାଇଟେଡ୍ ଫ୍ରଣ୍ଟ ସରକାରର ନେତୃତ୍ୱ ନେଇ ଭାରତର ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ । ଅଟଳ ବେହେରୀ ବାଜପେୟୀଙ୍କ ନେତୃତ୍ୱରେ 13 ଦିନିଆ ଏନଡିଏ ସରକାରର ପତନ ପରେ 1996 ଜୁନ୍ 1 ତାରିଖରେ ଭାରତର 13 ତମ ପ୍ରଧାନମନ୍ତ୍ରୀ ହୋଇଥିଲେ। ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଭାବେ ଗୌଡାଙ୍କ ଶପଥ ଗ୍ରହଣକୁ 25 ବର୍ଷ ପୁରିଛି । ସେ 10 ମାସ 22 ଦିନ ଶାସନ କ୍ଷମତାରେ ରହିଥିଲେ। ଦେଶର ସମ୍ପ୍ରତିକ ରାଜନୈତିକ ପରିସ୍ଥିତିକୁ ନେଇ ତାଙ୍କୁ ପଚାରାଯାଇଥିଲା ଯେ ବର୍ତ୍ତମାନ ସ୍ଥିତିରେ ଏକ ଗଠବନ୍ଧନ ସରକାର କ୍ଷମତାକୁ ଆସିବାର ସମ୍ଭାବନା ରହିଛି କି ? ସେ ଏହାର ଉତ୍ତରରେ କହିଛନ୍ତି ଯେ ,” ବ୍ୟକ୍ତିଗତ ଭାବେ କ୍ଷମତାଶାଳୀ ଯେପରିକି ଟିଏମସି ମୁଖ୍ୟ ମମତା ବାନାର୍ଜୀ, ଏମ୍ କେ ଷ୍ଟାଲିନ (ଡିଏମକେ), ନବୀନ ପଟ୍ଟନାୟକ(ବିଜେଡି) ଏବଂ ଅରବିନ୍ଦ କେଜ୍ରିୱାଲ( ଆମ୍ ଆଦମୀ ପାର୍ଟି) । ପଶ୍ଚିମବଙ୍ଗରେ ବିଜେପି ଯଥା ସମ୍ଭବ ଚେଷ୍ଟା କରିଥିଲା, କିନ୍ତୁ ମମତା ବାନାର୍ଜୀ ସେଠାରେ ନିଜକୁ ଜଣେ କ୍ଷମତାଶାଳୀ ନେତ୍ରୀ ଭାବେ ପ୍ରମାଣିତ କରିଛନ୍ତି । ତେବେ ଏହି ସବୁ ବ୍ୟକ୍ତିଗତ କ୍ଷମତାଶାଳୀ ଦଳକୁ କେଉଁ ରାଜନୈତିକ ଇଚ୍ଛାଶକ୍ତି ଏକାଠୀ କରିବ ମୁଁ ଜାଣେ ନାହିଁ। ଆଗକୁ କ’ଣ ହେବ ସେ ନେଇ ମଧ୍ୟ ପୂର୍ବାନୁମାନ କରିହେବ ନାହିଁ । ସେ ପ୍ରଶ୍ନ କରିଛନ୍ତି ଯେ ବର୍ତ୍ତମାନ ବିଜେପି ସହିତ କିଏ ଅଛନ୍ତି ? ଭାରତୀୟ ଜନତା ପାର୍ଟିର ପୂର୍ବତନ ସହଯୋଗୀ ଶିବସେନା ଏବଂ ଅକାଳୀ ଦଳ ମଧ୍ୟ ସେମାନଙ୍କୁ ଛାଡିଦେଇଛନ୍ତି। ଆଉ କଂଗ୍ରେସ ସହ ଗଠବନ୍ଧନ ପାଇଁ ବିଶ୍ୱାସ ହେଉ ନାହିଁ ।” ଭାରତରେ ବର୍ତ୍ତମାନର ରାଜନୈତିକ ସ୍ଥିତିକୁ ନେଇ ସେ କହିଛନ୍ତି ଯେ ,” ଆମେ ଶୁଣୁଛୁ ଯେ ପାଞ୍ଚଟି ରାଜ୍ୟ ନିର୍ବାଚନ ଫଳାଫଳକୁ ନେଇ ବିଜେପି ସମୀକ୍ଷା କରୁଛି। ତିନୋଟି ଚାଷ ଆଇନକୁ ରଦ୍ଦ ନକରିବା ଦ୍ବାରା ଉତ୍ତରପ୍ରଦେଶରେ ବିଜେପିର ଲୋକପ୍ରିୟତା ହ୍ରାସ ପାଇଛି। ସଂସଦୀୟ ଆସନ ପାଇଁ ଉପ-ନିର୍ବାଚନ ଫଳାଫଳ ଏକ ସଙ୍କେତ। ଯଦି ରାଜ୍ୟ-ସ୍ଥିତିର ସମୀକ୍ଷା କରାଯାଏ, ତେବେ ବିଜେପିକୁ ରଣନୀତିରେ ପରିବର୍ତ୍ତନ କରିବାକୁ ପଡିବ । ସେ ଅନୁମାନ କରିଛନ୍ତି ଯେ ବିଜେପି ଏହି ସବୁ ସମସ୍ୟାର ସମାଧାନ କରିବ କାରଣ ତାଙ୍କ ପାଖରେ ଅଭିଜ୍ଞତା ରହିଛି। କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନେତା। ଅନ୍ୟପକ୍ଷରେ, କଂଗ୍ରେସର କୌଣସି ନେତା ଲଢିବାକୁ ଇଛାଶକ୍ତି ଦେଖାଉ ନାହାନ୍ତି । ନିଜର କାର୍ଯ୍ୟକାଳ ସମୟର ଅନୁଭୂତି ସମ୍ପର୍କରେ ସେ କହିଛନ୍ତି ଯେ, ” ନଅ ବର୍ଷରେ ମୁଁ ଜାମ୍ମୁ କାଶ୍ମୀର ଗସ୍ତରେ ଆସିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ଥିଲି ଏବଂ ମୋର କାର୍ଯ୍ୟକାଳ ମଧ୍ୟରେ ନିର୍ବାଚନ ଆରମ୍ଭ ହୋଇଥିଲା। ଚୀନ୍ ସହ ସୀମା ପ୍ରସଙ୍ଗରେ ଭାରତ ଚୁକ୍ତିନାମା ସ୍ୱାକ୍ଷର କରିଛି, ଶାନ୍ତି ଆଣିବା ପାଇଁ ପାକିସ୍ତାନ ସହ ଆଲୋଚନା ମଧ୍ୟ କରିଛି ଏବଂ ବାଂଲାଦେଶ ସହ ଜଳ ବିବାଦର ସମାଧାନ ହୋଇଛି। ନର୍ମଦା ପ୍ରକଳ୍ପକୁ ପ୍ରଭାବିତ କରୁଥିବା ସମସ୍ୟାର ସମାଧାନ କରାଯାଇଥିଲା ଏବଂ ଉତ୍ତର ପୂର୍ବର ଅନେକ ପ୍ରକଳ୍ପ କାର୍ଯ୍ୟକୁ ମଞ୍ଜୁରୀ ଦିଆଯାଇଥିଲା। ଦିଲ୍ଲୀ ମେଟ୍ରୋ, କୁଡାନକୁଲମ୍ ଆଣବିକ କାରଖାନା, ଟେଲିକମ୍ ପଲିସି ଏବଂ ବେସାମରିକ ବିମାନ ଚଳାଚଳ ନୀତି ଭଳି ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ସ୍ବଳ୍ପ କାର୍ଯ୍ୟକାଳ ପାଇଁ ତାଙ୍କର କୌଣସି ଦୁଃଖ ନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ” ଯେତେବେଳେ ମୁଁ ଶାସନ ଭାର ଗ୍ରହଣ କଲି, ମୋ ଟେବୁଲରେ 2,800 ଫାଇଲ୍ ବିଚାରାଧୀନ ଥିଲା । ଏବଂ ମୁଁ କ୍ଷମତାରୁ ଗଲା ବେଳକୁ ସମସ୍ତ ଫାଇଲ୍ କାମ ଶେଷ କରିଥିଲି। ମୋ ବିରୋଧରେ କୌଣସି ବି ଅଭିଯୋଗ ଆସି ନାହିଁ। ଏକ ଗଠବନ୍ଧନ ସରକାରରେ ବିକାଶ ସମ୍ଭବ ବୋଲି ତାଙ୍କ ସରକାର ପ୍ରମାଣିତ କରିଛି ବୋଲି ଦେବଗୌଡା କହିଛନ୍ତି। ଜଣେ ସାଧାରଣ କୃଷକ ପରିବାରର ପୁଅ ହୋଇ ହିନ୍ଦୀ ଭାଷା ନ ଜାଣି ମଧ୍ୟ ସେ ନିଜକୁ ପ୍ରମାଣିତ କରିଛନ୍ତି ବୋଲି କହିଛନ୍ତି।

Related Posts