ଭୁବନେଶ୍ୱର : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ରୁଜୁ ହେଲା ଏତଲା । ସୁନା ଦୋକାନରେ ଚାକିରୀ କରାଇଦେବା ନାଁରେ ଠକେଇ କରିଥିବା ନେଇ ଅଭିଯୋଗ ଆସିଛି । ଏନେଇ ଅଭିଯୋଗକାରି ଭୁବନେଶ୍ୱର ସହିଦ ଥାନାରେ ଏତଲା ଦେଇଛନ୍ତି ।

ଖବର ଅନୁଯାୟୀ, ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରେ କଲ୍ୟାଣୀ ନାୟକ ନାମକ ଜଣେ ମହିଳା ଥାନାରେ ଏତଲା ଦାୟର କରିଛନ୍ତି । ତାଙ୍କ ଏତଲା ଅନୁସାରେ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସୁନା ଦୋକାନାରେ ଚାକିରୀ କରେଇଦେବା ନାଁରେ ଠକେଇ କରିଛନ୍ତି । ୩୦ ହଜାର ଟଙ୍କା ଠକେଇ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସହିଦ ନଗର ଥାନାରେ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।