ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା; ପରିବାର ଅଦାଲତରେ ପୁଣି ହାଜର ହେଲେ ଉଭୟ ପତିପତ୍ନୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ ସୋମବାର ପୁଣିଥରେ ପରିବାର ଅଦାଲତରେ ହାଜର ହୋଇଛନ୍ତି ଉଭୟ ପତିପତ୍ନୀ। କିନ୍ତୁ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ କାର୍ଯ୍ୟ ଆଜି ମଧ୍ୟ ସମ୍ପର୍ଣ୍ଣ ହୋଇପାରି ନାହିଁ। ସାକ୍ଷ୍ୟ ସମ୍ବନ୍ଧୀୟ କାଗଜପତ୍ରର ନକଲ ଅନୁଭବଙ୍କୁ ଦିଆଯାଇନଥିବାରୁ ସାକ୍ଷ୍ୟ ଗ୍ରହଣ ସମ୍ଭବ ହୋଇପାରିନାହିଁ । ଅନ୍ୟପଟେ ଅନୁଭବଙ୍କ ରିଭ୍ୟୁ ପିଟିସନ ଉପରେ ଫାମିଲି କୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି।

ଅନୁଭବ ଏବଂ ବର୍ଷାଙ୍କ ବିବାହ ଭୁବନେଶ୍ୱରରେ ହୋଇଥିଲା। କିନ୍ତୁ ବିବାହ ନୂଆଦିଲ୍ଲୀରେ ହୋଇଥିଲା ବୋଲି ଅନୁଭବ ତାଙ୍କ ମୂଳ ପିଟିସନରେ ଦର୍ଶାଇ ଥିଲେ।ତେବେ କୋର୍ଟ ନିଜ ପୂର୍ବ ନିର୍ଦେଶରେ ଉଭୟଙ୍କ ବିବାହ ଭୁବନେଶ୍ୱରରେ ହୋଇଥିବା ନେଇ ନିର୍ଦେଶ ଜାରି କରିଥିଲେ। ଏହା ଟାଇପ ଜନିତ ତ୍ରୁଟି ବୋଲି ନିର୍ଦ୍ଦେଶରେ ଉଲ୍ଲେଖ କରିବାକୁ ଅନୁଭବ ରିଭ୍ୟୁ ପିଟିସନ ଦାୟର କରିଛନ୍ତି। ଯାହାର ଶୁଣାଣି ଆଜି ଶେଷ ହୋଇଛି।

Related Posts