ଆତଙ୍କବାଦୀଙ୍କ ଉପରେ ଆକ୍ସନ; ଦେଶରେ ଏକକାଳୀନ ୪୦ଟି ସ୍ଥାନରେ ଏନଆଇଏର ଚଢ଼ାଉ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଆତଙ୍କବାଦୀଙ୍କ ସହ ସମ୍ପର୍କ ଏବଂ ଆର୍ଥିକ ସହଯୋଗ ଯୋଗାଉଥିବା ବ୍ୟକ୍ତି ମାନଙ୍କ ଉପରେ ଜୋରଦାର ଆକ୍ସନ ଆରମ୍ଭ କରିଛି। ଆଜି ଏନଆଇଏ ପକ୍ଷରୁ ଦେଶର ଅନେକସ୍ଥାନରେ ଲୁଚିରହିଥିବା ଗ୍ୟାଙ୍ଗଷ୍ଟର ଓ ସେମାନଙ୍କ ଘରେ ଚଢ଼ାଉ ଆରମ୍ଭ କରିଛି। ଦିଲ୍ଲୀ ସମେତ ଦେଶର ୪୦ଟି ସ୍ଥାନରେ ଏନଆଇଏ ପକ୍ଷରୁ ଚଢ଼ାଉ ଜାରି ରହିଥିବାବେଳେ ଭାରତ ତଥା ବିଦେଶରେ ଥିବା ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର ତଥା ଡ୍ରଗସ ଚୋରା ଚାଲାଣକାରୀଙ୍କ ମଧ୍ୟରେ ବଢୁଥିବା ସମ୍ପର୍କକୁ ଶେଷ କରିବା ପାଇଁ ଏନଆଇଏ ପଦକ୍ଷେପ ନେଇଛି |

ଏହି କ୍ରମରେ ଆଜି ପଞ୍ଜାବ, ହରିୟାଣା, ରାଜସ୍ଥାନ, ଦିଲ୍ଲୀ-ଏନସିଆର ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଚଢ଼ାଉ ସମୟରେ ଏପର୍ଯ୍ୟନ୍ତ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଗତ ସପ୍ତାହରେ ଏନଆଇଏ ଜମ୍ମୁକଶ୍ମୀରର ଶୋପିଆନ୍ ଏବଂ ରାଜୌରୀ ଜିଲ୍ଲାରେ ଚଢ଼ାଉ କରିଥିଲା। ବାସ୍ତବରେ ଜମ୍ମୁକଶ୍ମୀରରେ ଆତଙ୍କବାଦ ବିସ୍ତାର କରିବା ପାଇଁ ବିଦେଶରୁ ଟଙ୍କା ଅଣାଯାଇ ଆତଙ୍କବାଦୀଙ୍କ ପାଖକୁ ପଠାଯାଉଛି | ଆଉ ଏହି ନେଟୱାର୍କ ଉପରେ ସୁରକ୍ଷା ଏଜେନ୍ସିଗୁଡ଼ିକର ତୀକ୍ଷ୍ଣ ନଜର ରହିଛି । ବିଶେଷ କରି ଦେଶରେ ଏଭଳି ଅନେକ ଘଟଣା ଘଟିଛି ଯେଉଁଥିରେ ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର ଏବଂ ଡ୍ରଗସ ଚୋରା ଚାଲାଣକାରୀଙ୍କ ସମନ୍ୱୟ ବାବଦରେ ଏନଆଇଏ ଜାଣିବାକୁ ପାଇଛି ।

Related Posts