ପିଏଫଆଇ ଉପରେ ଏନଆଇଏର ବଡ କାର୍ଯ୍ୟାନୁଷ୍ଠାନ; କେରଳରେ ଏକକାଳୀନ ୫୬ଟି ସ୍ଥାନରେ ରେଡ୍

ଭୁବନେଶ୍ଵର,୨୯/୧୨(ସତ୍ୟପାଠ ବ୍ୟୁରୋ): ଜାତୀୟ ଯାଞ୍ଚ ଏଜେନ୍ସି (ଏନଆଇଏ) ଗୁରୁବାର କେରଳରେ ପିଏଫଆଇ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଯାଞ୍ଚ ଏଜେନ୍ସି କେରଳରେ ପିଏଫଆଇର ୫୬ ଠିକଣାରେ ରେଡ୍ କରିଛି। ଏଥିରେ ପିଏଫଆଇ ସଦସ୍ୟଙ୍କ ଘରେ ମଧ୍ୟ ରେଡ୍ କରାଯାଇଛି।

ଏନଆଇଏ ଅନୁଯାୟୀ, ଅନ୍ୟ କୌଣସି ନାମରେ ପିଏଫଆଇ ସଂଗଠନକୁ ପୁଣି ଥରେ ସକ୍ରିୟ କରିବାକୁ ଚେଷ୍ଟା କରାଯାଉଥିଲା।ଆଜିର କାର୍ଯ୍ୟାନୁଷ୍ଠାନ ପିଏଫଆଇ ସଦସ୍ୟ ଏବଂ ପିଏଫଆଇ ପାଇଁ କାମ କରୁଥିବା ଲୋକଙ୍କ ଉପରେ ହୋଇଛି। ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରେଡ୍ ସକାଳ ୪ ଟା ସମୟରେ ଆରମ୍ଭ ହୋଇଥିଲା।

ତେବେ ମିଳିଥିବା ସୂଚନା ଅନୁସାରେ ଗୃହ ମନ୍ତ୍ରାଳୟ ଦ୍ବାରା ପ୍ରତିବନ୍ଧକ ଲଗାଯିବା ପରେ ପିଏଫଆଇ ଅନ୍ୟ ଅନ୍ତରାଷ୍ଟ୍ରୀୟ ଆତଙ୍କୀ ସଂଗଠନରେ ଯୋଗଯୋଗରେ ରହିଥିଲା। ଫଣ୍ଡ ସଂଗ୍ରହ କରିବା ପାଇଁ ଚେଷ୍ଟା କରାଯାଉଥିଲା। କେରଳରେ ହିଁ ସେପ୍ଟେମ୍ବର ଠାରୁ ଏପର୍ଯ୍ୟନ୍ତ ଏନଆଇଏଇର ପିଏଫଆଇ ବିରୋଧରେ ୫ ରେଡ୍ ହୋଇସାରିଛି। ଯାଞ୍ଚ ଏଜେନ୍ସୀ ମୁତାବିକ ଦେଶରେ କେରଳରେ ହିଁ ପିଏଫଆଇର ସବୁଠୁ ଅଧିକ ସକ୍ରିୟ ସଦସ୍ୟ ଅଛନ୍ତି। ଯାହା ଗତ ବଡ଼ କାର୍ଯ୍ୟାନୁଷ୍ଠାନ ପରେ ବି କାର୍ଯ୍ୟକଳାପ ଜାରି ରଖିଛି।

ସୂଚନାଯୋଗ୍ୟ ଯେ, ୨୦୦୬ ରେ କେରଳରେ ପିଏଫଆଇର ଗଠନ ହୋଇଥିଲା ଏବଂ ଏହା ୨୦୦୯ ରେ ଏହା ଏକ ରାଜନୀତିକ ମୋର୍ଚ୍ଚା ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ ମଧ୍ୟ ଗଠନ କରିଥିଲା। ତେବେ ନିକଟରେ ଦେଶ ବିରୋଧୀ କାର୍ଯ୍ୟକଳାପ ପାଇଁ ଏହି ସଙ୍ଗଠନକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବ୍ୟାନ କରିଥିଲା।

Related Posts