ପରୀକ୍ଷାରେ ଖେଲା ହବେ ଲେଖିଥିବାରୁ ଛାତ୍ରଙ୍କ ବିରୋଧରେ ନିଆଗଲା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜନୈତିକ ନେତା ହୁଅନ୍ତୁ କିମ୍ବା ଅଭିନେତା ତାଙ୍କର କିଛି ବେଶ ଲୋକପ୍ରିୟ ଡାଇଲଗ ସାରା ଭାରତରେ ଚର୍ଚ୍ଚାର ବିଷୟ ପାଲଟିଥାଏ । ଏହା ମଧ୍ୟରେ ପଶ୍ଚିମବଙ୍ଗ ବୋର୍ଡ ୧୦ମ ଶ୍ରେଣୀ ପରୀକ୍ଷାରେ କିଛି ଛାତ୍ରଛାତ୍ରୀ ତାଙ୍କ ପରୀକ୍ଷା ଖାତାରେ ଲୋକପ୍ରିୟ ରାଜନୈତିକ ସ୍ଳୋଗାନ ‘ଖେଲା ହବେ’ ଲେଖିଥିବାର କଥା ସାମ୍ନାକୁ ଆସିଛି । ଏପରି ଘଟଣା କିଛି ନୂଆ କଥା ନୁହଁ କିଛି ଦିନ ପୂର୍ବରୁ ବହୁ ଚର୍ଚ୍ଚିତ ଫିଲ୍ମ ପୁଷ୍ପାର ମଧ୍ୟ ଡାଇଲକକୁ ପରୀକ୍ଷାରେ ଛାତ୍ରମାନେ ଲେଖିଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ସେପଟେ ଉତ୍ତର କାଗଜରେ ଏକ ଲୋକପ୍ରିୟ ରାଜନୈତିକ ସ୍ଲୋଗାନ ଲେଖିଥିବାରୁ ଅଧିକାରୀମାନେ ପରୀକ୍ଷାର୍ଥୀଙ୍କ ବିରୁଦ୍ଧରେ ପେନାଲ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପଶ୍ଚିମବଙ୍ଗ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି ।

କେବଳ ଏତିକି ନୁହେଁ ବରଂ ଏକଜାମିନରଙ୍କୁ ସେଭଳି ଉତ୍ତର ଖାତା ମୂଲ୍ୟାଙ୍କନ ନକରିବାକୁ କୁହାଯାଇଛି । ଉତ୍ତର ଖାତାରେ ରାଜନୈତିକ ବାର୍ତ୍ତା କିମ୍ବା ସ୍ଲୋଗାନ ଲେଖିଲେ ପରୀକ୍ଷାର୍ଥୀଙ୍କ ବିରୋଧରେ ପେନାଲ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ ନେଇ କାଉନ୍ସିଲ ଦ୍ୱାରା ଏକ କମିଟି ଗଠନ କରାଯିବ । ଏହି କମିଟି ଦଣ୍ଡର ପରିମାଣ ଧାର୍ଯ୍ୟ କରିବ ବୋଲି ଡବ୍ଲ୍ୟୁବିସିଏଚଏସଇ ସଭାପତି ଚିରନଜିବ ଭଟ୍ଟଚାର୍ଯ୍ୟ କହିଛନ୍ତି । ଡବ୍ଲ୍ୟୁବିସିଏଚଏସଇର ଗାଇଡଲାଇନ ଏବଂ ନିୟମକୁ ଉଲ୍ଲଂଘନ କରୁଥିବାର ରାଜନୈତିକ ବାର୍ତ୍ତା କିମ୍ବା ବିବାଦୀୟ ଘଟଣା ଉଲ୍ଲେଖ କରିବା କଠୋର କାର୍ଯ୍ୟାନୁଷ୍ଠାନକୁ ଆମନ୍ତ୍ରଣ କରିବ ବୋଲି ଭଟ୍ଟାଚାର୍ଯ୍ୟ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts