ରୁଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କ ୨ ଝିଅଙ୍କ ଉପରେ ଆମେରିକାର କଟକଣା

ନୂଆଦିଲ୍ଲୀ: ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଛି ଯୁଦ୍ଧ | ଗତ ଫେବ୍ରୁଆରୀ ୨୪ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଥମିବାର ନାଁ ଧରୁନି | ରୁଷ ସେନା ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛନ୍ତି | ରୁଷୀୟ ସେନା ୟୁକ୍ରେନ୍‌ରେ ତାଣ୍ଡବ ରଚିଛନ୍ତି। ୟୁକ୍ରେନ୍‌ର ରାଜଧାନୀ କିଭ୍‌ ସମେତ ଅନ୍ୟ ମୁଖ୍ୟ ସହର ଖାରକିଭ୍‌ ଓ ମାରିୟୁପୋଲକୁ ବର୍ବାଦ କରିଦେଇଛନ୍ତି। ଚାରିଆଡେ ଜଳୁଛି ପ୍ରତିଷୋଧରେ ନିଆଁ |

ୟୁକ୍ରେନ୍‌ରେ ଯୁଦ୍ଧ ଅପରାଧ ନେଇ କାର୍ଯ୍ୟାନୁଷ୍ଠାନ ବଳରେ ଆମେରିକା ବୁଧବାର ରୁଷୀୟ ବ୍ୟାଙ୍କ ଉପରେ ଜରିମାନା ବଢ଼ାଇଛି। ଏଥି ସହିତ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କ ୨ ଝିଅଙ୍କୁ ମଧ୍ୟ ଆମେରିକା ଟାର୍ଗେଟ କରିଛି। ଆମେରିକା ପୁତିନଙ୍କ ୨ ଝିଅଙ୍କ ଉପରେ କଟକଣା ଲାଗୁ କରିଦେଇଛି।

ସ୍ବରବ୍ୟାଙ୍କ ଓ ଅଲଫା ବ୍ୟାଙ୍କକୁ ଆମେରିକୀୟ ବିତ୍ତିୟ ପ୍ରଣାଳୀ ଠାରୁ ଦୂରରେ ରହିବା ସହିତ ଆମେରିକୀୟ ନାଗରିକଙ୍କୁ ଏହି ସଂସ୍ଥା ସହିତ ବ୍ୟବସାୟ କରିବାକୁ ମନା କରାଯାଇଛି। ଏହା ବ୍ୟତୀତ ଆମେରିକୀୟ କଟକଣା ବଳରେ ପୁତିନଙ୍କ ଝିଅ ମାରିୟା ପୁତିନ ଓ କ୍ୟାଟରିନା ତିଖୋନୋଭା, ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁଷ୍ଟିନ, ରୁଷୀୟ ବିଦେଶୀ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ପତ୍ନୀ ଓ ଶିଶୁଙ୍କ ବ୍ୟତୀତ ରୁଷୀୟ ସୁରକ୍ଷା ପରିଷଦର ସଦସ୍ୟ ଓ ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଦଭେଦେବଙ୍କୁ ମଧ୍ୟ କଟକଣା ତାଲିକାରେ ରଖାଯାଇଛି।

Related Posts