ବିଜେପିରେ ଯୋଗଦେଲେ ଅଭିନେତା ଆକାଶ ଦାସ ନାୟକ

 

ଭୁବନେଶ୍ୱର,୩୧/୩(ସତ୍ୟପାଠ ବ୍ୟୁରୋ): ବିଜେପିରେ ଯୋଗଦେଲେ କୋରେଇ ପୂର୍ବତନ ବିଧାୟକ ତଥା ସିନେ ଅଭିନେତା ଆକାଶ ଦାସ ନାୟକ। ଗତକାଲି ସେ ବିଜେଡିରୁ ଇସ୍ତଫା ଦେଇଥିଲେ।

 ବିଜେପିରେ ଯୋଗଦେଇଛନ୍ତି ଅଭିନେତା ଆକାଶ ଦାସ ନାୟକ।ଗତକାଲି ଆକାଶ, ତାଙ୍କୁ ଦଳରେ ଅଣଦେଖା କରାଯାଇଥିବା ଅଭିଯୋଗ କରି ବିଜେଡିରୁ ଇସ୍ତଫା ଦେଇଥିଲେ। ଆଜି ସେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେଇଛନ୍ତି । ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ଅରବିନ୍ଦ ଢାଲି, ସିଦ୍ଧାନ୍ତ ମହାପାତ୍ର, ପ୍ରଦୀପ ପାଣିଗ୍ରାହୀ, ସମୀର ମହାନ୍ତି ଓ ଅରିନ୍ଦମ ରାୟଙ୍କ ଉପସ୍ଥିତିରେ ବିଜେପି ରେ ଯୋଗଦେଇଛନ୍ତି ଆକାଶ ।

ସୂଚନାଯୋଗ୍ୟ, ବିଜେଡିରେ ୨୦୧୪ ମସିହାରେ କୋରେଇ ବିଧାନସଭା କ୍ଷେତ୍ରରୁ ଟିକେଟ୍ ପାଇ ବିଜୟ ହୋଇଥିଲେ ଆକାଶ । ୨୦୧୪-୨୦୧୯ କୋରେଇ ବିଧାୟକ ଭାବେ ଅନେକ କାମ ବି କରିଥିଲେ । ତେବେ ୨୦୧୯ରେ କିନ୍ତୁ ଦଳ ତାଙ୍କୁ ଟିକେଟ୍ ଦେଇନଥିଲା। ତା ସତ୍ୱେ ମଧ୍ୟ ସେ ଦଳ ପାଇଁ କାମ କରିଚାଲିଥିଲେ । ହେଲେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେଡିରୁ ଇସ୍ତଫା ଦେଇଥିଲେ।

Related Posts