ଭୁବନେଶ୍ୱର,୩୧/୩(ସତ୍ୟପାଠ ବ୍ୟୁରୋ): ବିଜେଡିରେ ମିଶିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ। ଶୁକ୍ରବାର ଦିନ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ସେ ହଜାର ହଜାର ସମର୍ଥକଙ୍କ ସହ ଶଙ୍ଖଭବନରେ ପହଞ୍ଚି ବିଜେଡିରେ ମିଶିଛନ୍ତି।
ଆଜି ବିଜେଡିରେ ଯୋଗଦେଇଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ। ନିଜର ସମର୍ଥକଙ୍କ ସହିତ ଆଜି ସେ ବିଜେଡିରେ ମିଶିବା ସହ ଏହା ତାଙ୍କର ପୁରୁଣାଘର ବାହୁଡା଼ ହୋଇଛି। ଅର୍ଥାତ୍ ବିଜେପିରୁ ବିଧାୟକ ଭାବେ ନିର୍ବାଚିତ ହେବା ପୂର୍ବରୁ ୨୦୧୪ରେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ ସୁକାନ୍ତ ।
ସୂଚନାଯୋଗ୍ୟ, ୨୦୧୯ରେ ସୁକାନ୍ତଙ୍କ ଟିକେଟ କାଟିଥିଲା ବିଜେଡି । ତେଣୁ ବିଜେପିରେ ଯୋଗ ଦେବା ସହ ଟିକେଟ ନେଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୨୪ ନିର୍ବାଚନ ପୂର୍ବରୁ ଘରବାହୁଡା କରିଛନ୍ତି ସୁକାନ୍ତ । ନୀଳଗିରିରୁ ପୁଣିଥରେ ସୁକାନ୍ତଙ୍କୁ ପ୍ରାର୍ଥୀ କରାଯିବା ନେଇ ବିଜେଡିର ଶୀର୍ଷ ନେତୃତ୍ୱ ଆପାତଃତ ସ୍ଥିର କରିଛନ୍ତି । କେବଳ ଘୋଷଣାକୁ ଅପେକ୍ଷା କରାଯାଇଛି । ଗତଥର ବାଲେଶ୍ୱର ଲୋକସଭା ଆସନ ବିଜେଡି ହାତଛଡା କରିଥିବାରୁ ୨୦୨୪ରେ ଏହି ଆସନକୁ ହାତେଇବାକୁ ସବୁ ଦିଗକୁ ନେଇ ଦଳର ଶୀର୍ଷ ନେତୃତ୍ୱ ଅଙ୍କ କଷୁଥିବା କୁହାଯାଉଛି ।