ଅଭିନେତା ଗୋବିନ୍ଦାଙ୍କ ମୁହଁରେ ଯୋଗୀ ସରକାରଙ୍କ ପ୍ରଶଂସା: ପ୍ରତ୍ୟେକ କ୍ଷେତ୍ରରେ ହେଉଛି ବିକାଶ

ବାରବାଙ୍କୀ: ଯୋଗୀ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦା | ଯୋଗୀ ସରକାରଙ୍କ ପାଇଁ ଉତ୍ତରପ୍ରଦେଶ ରେ ବିକାଶ ସମ୍ଭବ ହେଉଥିବା ସେ କହିଛନ୍ତି | ପ୍ରତ୍ୟକ କ୍ଷେତ୍ରରେ ଏବେ ଉତର ପ୍ରଦେଶ ଆଗକୁ ବଢିବାକୁ ଲାଗୁଚି |

ରବିବାର ଉତ୍ତର ପ୍ରଦେଶର ବାରବାଙ୍କୀ ଗସ୍ତ କରିଥିଲେ ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦା । ଏଠାରେ ସେ ଏକ ଘରୋଇ ପ୍ଲାଷ୍ଟିକ୍ କାରଖାନାର ଉଦ୍‌ଘାଟନ ପାଇଁ ପହଞ୍ଚି ଥିଲେ । ଏହି ଉଦ୍ଘାଟନ ସମୟରେ ଯୋଗୀ ସରକାରଙ୍କୁ ପ୍ରଶଂସାରେ ପୋତିଦେଇଛନ୍ତି । ଗୋବିନ୍ଦା କହିଥିଲେ ଯେ, ଆଜି ଉତ୍ତର ପ୍ରଦେଶର ପ୍ରତ୍ୟେକ କ୍ଷେତ୍ରରେ ବିକାଶ ହୋଇପାରିଛି । ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି ।

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାର୍ଯ୍ୟକଳାପରେ ଖୁସିଥିବା ଅଭିନେତା ଗୋବିନ୍ଦା ଏକଦା କଂଗ୍ରେସରୁ ସାଂସଦ ଥିଲେ । ଏବେ କିନ୍ତୁ ସେ ସକ୍ରିୟ ରାଜନୀତି ଠାରୁ ଦୂରରେ ଅଛନ୍ତି । ଗୋବିନ୍ଦା କହିଛନ୍ତି ଯେ, ଆଜି ଧର୍ମ, ଜ୍ଞାନ, ବିଜ୍ଞାନ, ବ୍ୟବସାୟ, ଫିଲ୍ମ ଶିଳ୍ପ ଆଦି କ୍ଷେତ୍ରରେ ଉତ୍ତର ପ୍ରଦେଶ ସରକାର ବହୁତ ଆଗକୁ ଯାଇସାରିଛି । ଗୋବିନ୍ଦା ଉତ୍ତର ପ୍ରଦେଶରେ ଫିଲ୍ମ ସିଟିକୁ ନେଇ ଯୋଗୀ ସରକାରଙ୍କୁ ବହୁତ ପ୍ରଶଂସା କରିଛନ୍ତି ।

ଅଭିନେତା ଗୋବିନ୍ଦା କହିଛନ୍ତି ଯେ, ଉତ୍ତର ପ୍ରଦେଶର ପରିସ୍ଥିତି ପୂର୍ବ ତୁଳନାରେ ବହୁତ ଭଲ । ଯୋଗୀ ସରକାର ବିଶେଷ କରି ଫିଲ୍ମ ଶିଳ୍ପ ପାଇଁ ବହୁତ ଭଲ କାମ କରିଛନ୍ତି । ଅନ୍ୟ ରାଜ୍ୟ ତୁଳାନରେ ଉତ୍ତରପ୍ରଦେଶର ସ୍ଥିତି ବହୁତ ଭଲରେ ଅଛି । ସରକାର ଫିଲ୍ମ ଶିଳ୍ପ ପାଇଁ ମଧ୍ୟ କାମ କରୁଛନ୍ତି । ପ୍ଲାଷ୍ଟିକ କାରଖାନା ଉଦ୍‌ଘାଟନ କରି ଗୋବିନ୍ଦା କହିଛନ୍ତି ଯେ, ଏଠାରେ ଯୁବବର୍ଗଙ୍କୁ ରୋଜଗାର ମିଳିବ ।

Related Posts