ବିଗିଡିବାରେ ଲାଗିଛି ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ସ୍ବାସ୍ଥ୍ୟାବସ୍ଥା

ମୁମ୍ଵାଇ : ବଙ୍ଗାଳୀ ସିନେମାର ଜଣାଶୁଣା ଚେହେରା ତଥା ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା ଏବେ ଗୁରୁତର । ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଦିନକୁ ଦିନ ଅବନତି ଘଟିବାରେ ଲାଗିଛି। ବର୍ତ୍ତମାନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ ଅଭିନେତ୍ରୀଙ୍କର ଗୋଟିଏ ପରେ ଗୋଟିଏ ମଲ୍ଟିପଲ୍‌ କାର୍ଡିଏକ ହୋଇଛି। ଯେଉଁ କାରଣରୁ ତାଙ୍କ ଅବସ୍ଥା ଗୁରୁତର ରହିଛି।

ଏହି ସମୟରେ ଏଣ୍ଡ୍ରିଲାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଏହା ପୂର୍ବରୁ ତାଙ୍କର ବ୍ରେନ୍‌ଷ୍ଟ୍ରୋକ୍‌ ହୋଇସାରିଛି।

ସୂଚନା ଅନୁଯାୟୀ, ୧୫ ନଭେମ୍ବରରେ ଏଣ୍ଡ୍ରିଲା ଏକାସାଙ୍ଗରେ ଅନେକ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ ତାଙ୍କୁ ତୁରନ୍ତ ତାଙ୍କୁ ତୁରନ୍ତ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଖବର ସାମ୍ନାକୁ ଆସିବା ମାତ୍ରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି।

ଜୀବନ ଏବଂ ମୃତ୍ୟୁ ସହ ସଂଘର୍ଷ କରୁଥିବା ଏଣ୍ଡ୍ରିଲା ପୂର୍ବରୁ ଅନେକ ଥର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହାପୂର୍ବରୁ ସେ କର୍କଟ ରୋଗ ସହ ଲଢି ଜିତିଥିଲେ। ପୁଣି ଏହି ମାସ ଆରମ୍ଭରେ ତାଙ୍କର ବ୍ରେନ୍‌ଷ୍ଟ୍ରୋକ୍‌ ହୋଇଥିଲା। ଏଣ୍ଡ୍ରିଲାଙ୍କ ଜୀବନ ତାଙ୍କ ପାଇଁ ସହଜ ନୁହେଁ। ତାଙ୍କର ସିଟି ସ୍କାନ୍ କରାଯିବା ପରେ ଜଣାପଡିଥିଲା କି ମସ୍ତିଷ୍କର ଅନ୍ୟ ଏକ ଅଂଶରେ ରକ୍ତ ଜମାଟ ବାନ୍ଧିଥିଲା । ବର୍ତ୍ତମାନ ତାଙ୍କ ସ୍ଵାସ୍ଥ୍ୟବସ୍ଥା ବହୁତ ଗୁରୁତର ଅଛି

Related Posts