
ଖଣ୍ଡପଡ଼ା : ଫୁଟିଲା ବୋମା । ପଟ୍ରୋଲ ପମ୍ପରେ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ରାଜକିଆରୀ ନିକଟରେ ଥିବା ପଟ୍ରୋଲ ପମ୍ପ ଉପରେ ବିଳମ୍ବିତ ରାତିରେ ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି । ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ୬ ଜଣ ଦୁର୍ବୁତ୍ତ ଏକ ନାଲି କାରରେ ଆସି ମା ଭାନୁମତି ପେଟ୍ରୋଲ ପମ୍ପରେ ଡକାୟତି କରିଥିଲେ । ଦୁର୍ବୁତ୍ତ ମାନେ ଦୁଇ ରାଉଣ୍ଡ ଗୁଳି ଫୁଟେଇବା ସହ ପେଟ୍ରୋଲ ପମ୍ପ ରେ ବୋମା ମାଡ଼ କରିଥିଲେ । ତାପରେ କର୍ମଚାରୀ ମାନଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ନେଇ ଯାଇଥିବା ମ୍ୟାନେଜର କହିଛନ୍ତି । ଦୁର୍ବୁତ୍ତଙ୍କ ଆକ୍ରମଣରେ ୨ ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।