ତିରୁପତି ବାଲାଜୀ ମନ୍ଦିର ପରିସରରେ ଜୋତା ପିନ୍ଧି ବୁଲିଲେ ଅଭିନେତ୍ରୀ ନୟନତାରା ଏବଂ ତାଙ୍କ ପତି; ନୋଟିସ୍ ଜାରି କଲା ପୋଲିସ୍

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତିରୁପତି ବାଲାଜୀ ମନ୍ଦିର ପରିସରରେ ଜୋତା ପିନ୍ଧି ବୁଲିଲେ ଅଭିନେତ୍ରୀ ନୟନତାରା ଏବଂ ତାଙ୍କ ପତି । ସେପଟେ ପୋଲିସ ତାଙ୍କ ବିରୋଧରେ ମମଲା ରୁଜୁ କରି ନୋଟିସ୍ ପଠାଇଛି । ତେବେ ଜୁନ୍ ୯ ତାରିଖରେ ନୟନତାରା ତାଙ୍କ ଲଙ୍ଗଟାଇମ୍ ବୟଫ୍ରେଣ୍ଡ ତଥା ଫିଲ୍ମ ନିର୍ଦ୍ଦେଶକ ବିଘ୍ନେଶଙ୍କୁ ବିବାହ କରିଥିଲେ । ବିବାହ ପରି ଦୁହେଁ ମିଶି ତିରୁପତି ବାଲାଜୀଙ୍କ ଦର୍ଶନ ପାଇଁ ଯାଇଥିଲେ । ହେଲେ ମନ୍ଦିର ପରିସରରେ ନୟନତାରା ଜୋତା ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଥିଲା ।

ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି ।ତିରୁମାଲା ତିରୁପତି ଦେଶସ୍ଥାନମ୍ ବୋର୍ଡର ମୁଖ୍ୟ ଭିଜିଲାନ୍ସ ସୁକ୍ୟୁରିଟି ଅଫିସରଙ୍କ କହିବା ମୁତାବକ, ନୟନତାରାଙ୍କୁ ମଡା ଷ୍ଟ୍ରିଟରେ ଜୋତା ପିନ୍ଧି ବୁଲୁଥିବା ଓ ଦୁହେଁ ଫଟୋସୁଟ୍ କରୁଥିବା ଦେଖିବାକୁ ମିଳିଥିଲା । ଧାର୍ମିକ ଦୃଷ୍ଟିକୋଣରୁ ଏହି ସ୍ଥାନର ବେଶ ଗୁରୁତ୍ୱ ଥିବା ସତ୍ତ୍ୱେ ନୟନତାରାଙ୍କ ଏପରି କାର‌୍ୟ୍ୟ ଶ୍ରଦ୍ଧାଳୁଙ୍କ ଭାବନାକୁ ଆଘାତ ଦେଇଛି । ଏସବୁ କରି ସେ ମନ୍ଦିରର ନିୟମ ଉଲଂଘନ କରିଛନ୍ତି । କାରଣ ଏଠାରେ କ୍ୟାମେରା ପ୍ରବେଶକୁ ନିଷିଦ୍ଧ କରାଯାଇଛି । ତେଣୁ ତାଙ୍କୁ ପୋଲିସ ନୋଟିସ୍ କରିଛି ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts