
ମୁମ୍ଵାଇ : ବାପା ଓ ମାଆ ହେଲେ ଅଭିନେତ୍ରୀ ନୟନ୍ତରା ଏବଂ ବିଗ୍ନେଶ ଶିବନ । ଚଳିତ ବର୍ଷ ୯ ଜୁନ୍ରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ନୟନ୍ତରା ଏବଂ ବିଗ୍ନେଶ ଶିବନ ଦୁହେଁ ପରସ୍ପର ର ହାତ ଧରିଥିଲେ । ତାଙ୍କ ବିବାହରେ ଶାହରୁଖ ଖାନ, ଏଆର୍ ରହମାନ, ସୁରିଆ, ରଜନୀକାନ୍ତଙ୍କ ସମେତ ଅନ୍ୟ ବଡ ତାରକାମାନେ ପହଞ୍ଚିଥିଲେ। ହେଲେ ବର୍ତ୍ତମାନ ଦୁହେଁ ପିତାମାତା ହୋଇଛନ୍ତି। ଏହି ଦମ୍ପତିଙ୍କର ଯମଜ ପୁତ୍ର ଜନ୍ମ ହୋଇଛି ।
ସୋସିଆଲ ମିଡିଆରେ ବିଗ୍ନେଶ ପିଲାମାନଙ୍କ ସହ ଏକ ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ଏହି ଖୁସି ଖବର ଦେଇଛନ୍ତି। ଏବେ ବିବାହର ୪ମାସ ପରେ ଦମ୍ପତିଙ୍କ ଘରେ ତାଙ୍କ ପ୍ରଥମ ସନ୍ତାନକୁ ସ୍ଵାଗତ କରିଛନ୍ତି।
ବିଗ୍ନେଶ, ନୟନତାରାଙ୍କ ଦ୍ୱାରା ସେୟାର କରାଯାଇଥିବା ଫଟୋରେ ସେମାନଙ୍କ ଯାଆଁଳାଙ୍କ ପାଦକୁ ଗେଲ କରୁଥିବାବେଳେ ପିଲାମାନଙ୍କର ଚେହେରା ପ୍ରକାଶ କରିନାହାଁନ୍ତି। କେବଳ ତାଙ୍କର ଛୋଟ ପାଦ ଦେଖାଯାଉଛି। ଏହା ସହିତ ସେ ତାଙ୍କର ଦୁଇ ସନ୍ତାନର ନାମ ମଧ୍ୟ ଦେଇଛନ୍ତି। ବିଗ୍ନେଶ କ୍ୟାପସନରେ ଲେଖିଛନ୍ତି, ‘ନୟନ ଏବଂ ମୁଁ ଆମ୍ମା-ଆପା ହୋଇଗଲୁ। ‘ଆମର ଯାଆଁଳା ଶିଶୁ ହୋଛି। ଆମର ସମସ୍ତ ପ୍ରାର୍ଥନା, ପିତୃପୁରୁଷଙ୍କ ଆଶୀର୍ବାଦ ସହିତ, ଆମେ ଉଭୟ ପିଲାଙ୍କୁ ସୁସ୍ଥ ରୂପରେ ପାଇଛୁ । ଉଇର ଏବଂ ଉଲଗମ ପାଇଁ ତୁମର ପ୍ରାର୍ଥନା ଆବଶ୍ୟକ।
ସେଲିବ୍ରିଟିମାନେ ଏହି ପୋଷ୍ଟ ଦେଖି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କାଜଲ ଅଗ୍ରୱାଲ ଲେଖିଛନ୍ତି, ‘ନୟନ ଏବଂ ଭିକିଙ୍କୁ ଅନେକ ଅନେକ ଅଭିନନ୍ଦନ। ପ୍ୟାରେଣ୍ଟ କ୍ଲବକୁ ସ୍ୱାଗତ । ଏହା ନିଶ୍ଚିତ ଭାବରେ ଜୀବନର ସର୍ବୋତ୍ତମ ପର୍ଯ୍ୟାୟ।ଉଇର ଏବଂ ଉଲଗମଙ୍କୁ ବହୁତ ପ୍ରେମ ଏବଂ ଆଶୀର୍ବାଦ। କହିବାକୁ ଗଲେ ନୟନ୍ତରା ଏବଂ ବିଗ୍ନେଶ ପରସ୍ପରକୁ ବହୁ ବର୍ଷ ଧରି ଡେଟ କରିଥିଲେ । ଡେଟ୍ ପରେ ଦୁହେଁ ଚେନ୍ନାଇରେ ବିବାହ କରିଥିଲେ। ବିବାହ ପରେ ସେ ହନିମୁନ୍ ପାଇଁ ଥାଇଲ୍ୟାଣ୍ଡ ଯାଇଥିଲେ। କୁହାଯାଉଛି କି ଦୁହିଁଙ୍କ ବିବାହର ଡକ୍ୟୁମେଣ୍ଟାରୀ ଖୁବ୍ ଶୀଘ୍ର ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ।