ହସ୍ପିଟାଲରେ ଅଭିନେତ୍ରୀ ସାମନ୍ଥା

ମୁମ୍ଵାଇ : ଅସୁସ୍ଥ ଅଛନ୍ତି ସାମନ୍ଥା ରୁଥ ପ୍ରଭୃ । ଦୀର୍ଘ ଦିନ ଧରି ସୋସିଆଲ୍‌ ମିଡିଆ ଏବଂ ଇଭେଣ୍ଟରୁ ଦୂରେଇ ରହୁଥିବା ବେଳେ, ତାଙ୍କ ସ୍ଵାସ୍ଥ୍ୟବସ୍ଥା ଖରାପ ଥିବା ସହ ସେ ଗମ୍ଭୀର ରୋଗରେ ପୀଡିତ ଥିବା ନେଇ ଖବର ଆସିଥିଲା । କିନ୍ତୁ ତାଙ୍କ ମ୍ୟାନେଜର ଏହି ସବୁ ଖବରକୁ ମିଛ ବା ଗୁଜବ କହିଥିଲେ। ହେଲେ ବର୍ତ୍ତମାନ ଏବେ ଅଭିନେତ୍ରୀ ନିଜେ କହିଛନ୍ତି ଯେ ସେ ଅସୁସ୍ଥ ଅଛନ୍ତି। ଏହି କଷ୍ଟ ସମୟରେ ସେ କିପରି ନିଜକୁ ନିୟନ୍ତ୍ରଣ କରୁଛନ୍ତି ତାହା ବିଷୟରେ ମଧ୍ୟ ଜଣାଇଛନ୍ତି।

ନିକଟରେ ସାମନ୍ଥା ତାଙ୍କର ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳିଛି କି ସେ ହସ୍ପିଟାଲ୍‌ରେ ଅଛନ୍ତି। ତାଙ୍କ ହାତରେ ଡ୍ରିପ୍‌ ଲାଗିଛି। ଏବଂ ପାଖରେ ଏକ ବୋତଲ ରଖାଯାଇଛି। ଫଟୋ ସେୟାର କରି ସାମନ୍ତ ଲେଖିଛନ୍ତି, ‘ଯଶୋଦା ଟ୍ରେଲରକୁ ନେଇ ଯାହା ପ୍ରତିକ୍ରିୟା ମିଳିଛି ତାହା ହୃଦୟସ୍ପର୍ଶୀ ଅଟେ। ଏହା ତୁମ ସହିତ ମୋର ପ୍ରେମ ଏବଂ ସଂଯୋଗ ହିଁ ମୋତେ ତାରକା କରିଛି। କିଛି ମାସ ପୂର୍ବରୁ ମୋତେ ମାୟୋସିଟିସ୍ ନାମକ ଏକ ଅଟୋମ୍ୟୁମ୍ୟୁନ୍ କଣ୍ଡିସନ୍‌ ଡାଏଗ୍ନୋସ୍‌ ହୋଇଥିଲା । ଏନେଇ ସାମନ୍ଥା ଆହୁରି ଲେଖିଛନ୍ତି କି ‘ମୁଁ ଭାବିଲି ଏହା ଶୀଘ୍ର ଭଲ ହେବାକୁ ଯାଉଛି ତେଣୁ ମୁଁ ଏହା ପରେ କହିଥାନ୍ତେ। କିନ୍ତୁ ବର୍ତ୍ତମାନ ଏହା ଟିକିଏ ଅଧିକ ସମୟ ଲାଗିଲାଣି। ଡାକ୍ତରମାନେ ବିଶ୍ୱାସ କରୁଛନ୍ତି ଯେ ମୁଁ ଶୀଘ୍ର ସୁସ୍ଥ ହେବି ।

ସାମନ୍ଥାଙ୍କ ଏହି ପୋଷ୍ଟରେ ସେଲିବ୍ରେଟ୍ ଏବଂ ପ୍ରଶଂସକମାନେ ତାଙ୍କୁ ବହୁତ ସାହସ ଦେଉଛନ୍ତି। କିଆରା ଆଡଭାନୀ, ଜାହ୍ନବୀ କପୁର, ହାନସିକା ମୋଟୱାନି, ସାନିଆ ମଲହୋତ୍ରା, କେବଳ ଏତିକି ନୁହେଁ ପୂର୍ବତନ ସ୍ୱାମୀଙ୍କ ଭାଇ ଅଖିଲ ଆକ୍କିନେନି ମଧ୍ୟ ସାମନ୍ତଙ୍କୁ କହିଛନ୍ତି-ତୁମ ପାଇଁ ବହୁତ ପ୍ରେମ ଏବଂ ଶକ୍ତି ସାମ। ସାମନ୍ଥାଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଖୁବ ଶୀଘ୍ର ଯଶୋଦା, ଶକୁନ୍ତଳାମ ଏବଂ ଖୁସୀ ଚଳଚ୍ଚିତ୍ରରେ ନଜର ଆସିବେ। ନିକଟରେ ଯଶୋଦାଙ୍କ ଟ୍ରେଲର ନିକଟରେ ରିଲିଜ୍ ହୋଇଥିଲା ଯାହାକି ବହୁତ ଭଲ ପ୍ରତିକ୍ରିୟା ପାଇଛି

Related Posts