
ପାଟଣାଗଡ଼ : ପାଟଣାଗଡ଼ ପୋଲିସ କୁ ମିଳିଲା ସଫଳତା। ରବିବାର ବଗଲାବନ୍ଧ ଗାଁରୁ ୨୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ । ୨୭ ଜଣ ଦାଦନ ଶ୍ରମିକଙ୍କୁ ରାଜ୍ୟ ବାହାରକୁ ଚାଲାଣ ବେଳେ ଉଦ୍ଧାର କଲା ପାଟଣାଗଡ଼ ପୋଲିସ।
ତେବେ ଉଦ୍ଧାର ଶ୍ରମିକ ମାନେ ବରଗଡ଼ ବିଜେପୁର ଓ ସୋହଲା ଅଞ୍ଚଳ ଏବଂ ବଲାଙ୍ଗିର ଆଗଲପୁରର ବାସିନ୍ଦା। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୧୦ ଜଣ ପୁରୁଷ, ୧୦ ଜଣ ମହିଳା ଏବଂ ୭ ଜଣ ଅଛନ୍ତି। ଚାଲାଣ କରୁଥିବା ଦାଦନ ସର୍ଦ୍ଦାର ବଗଲାବନ୍ଧର ମହନ ମେହେର ଓ ବିଜେପୁରର ଥବିର ରାଜହଂସକୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ବଲାଙ୍ଗିର ପୋଲିସ ଦାଦନ ଋତୁ ପୂର୍ବରୁ ଗାଁ ଗାଁରେ ଲୋକଙ୍କୁନେଇ ସଚେତନ କରୁଥିଲେ ମଧ୍ୟ ସର୍ଦ୍ଦାର ମାନେ ବୋଲ ମାନୁନାହାନ୍ତି।