ସବୁଠାରୁ ବଡ଼ ସୁପର କପ୍‌ଙ୍କ ସହ କଣ ହେଲା ?

ଗାଏବ୍‌ ହୋଇଗଲେ ଦୁନିଆର ସବୁଠାରୁ ବଡ଼ ପୋଲିସ୍‌ ଅଫିସର

ସମସ୍ତଙ୍କ ପତ୍ତା ଲଗାଇବା ଲୋକ ହୋଇଗଲେ ନିଖୋଜ । ସବୁଠାରୁ ବଡ଼ ସୁପର କପ୍‌ଙ୍କ ସହ କଣ ହେଲା ? ଚୀନ୍‌ ଗସ୍ତ ସମୟରେ ଗାଏବ୍‌ ହୋଇଗଲେ ହଙ୍ଗୱେଇ ? ଗାଏବ୍‌ ହେଲେ ଇଣ୍ଟରପୋଲ୍‌ର ବସ୍‌ । ଇଣ୍ଟରପୋଲ୍‌ର ସଭାପତି ମେଙ୍ଗ ହଙ୍ଗୱେଇଙ୍କ ନିଖୋଜ ହେବା ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା । କିଏ ଉଠାଇନେଲା ସବୁଠାରୁ ବଡ଼ ସୁପର୍‌ କପ୍‌ଙ୍କୁ ?

କେମିତି ଗାଏବ୍‌ ହୋଇଗଲେ ଇଣ୍ଟରପୋଲ୍‌ର ବସ୍‌ ? କାହିଁକି ମିଳୁନାହିଁ ମେଙ୍ଗ ହେଙ୍ଗୱେଇଙ୍କ ଖୋଜ୍‌ ଖବର ? ଏହି ପ୍ରଶ୍ନ ଏବେ ସମସ୍ତେ ପଚାରୁଛନ୍ତି । ଇଣ୍ଟରପୋଲ୍‌ର ବସ୍‌ ମେଙ୍ଗ ହଙ୍ଗୱେଇ ନିଖୋଜ ଅଛନ୍ତି । ତାଙ୍କର ଅପହରଣ ହୋଇଛି ବା ଚୀନ୍‌ ପୋଲିସ୍‌ ତାଙ୍କୁ କବ୍‌ଜାକୁ ନେଇଛି । ଏ ଯାଏଁ ଏ ନେଇ ଠିକ୍‌ ଭାବେ ସୂଚନା ମିଳିନାହିଁ ।

 

ମେଙ୍ଗ ହଙ୍ଗୱେଇ କିଏ ?
ଇଣ୍ଟରପୋଲ୍‌ର ବସ୍‌ ମେଙ୍ଗ ହଙ୍ଗୱେଇ ଚୀନ୍‌ର ବାସିନ୍ଦା
2016 ନଭେମ୍ବର 10ରେ ହଙ୍ଗୱେଇ ଇଣ୍ଟରପୋଲ୍‌ର ସଭାପତି ହୋଇଥିଲେ
ଗତ କିଛି ବର୍ଷ ହେଲା ହଙ୍ଗୱେଇ ଫ୍ରାନ୍ସର ଲାୟନ୍‌ରେ ରହୁଥିଲେ
ଇଣ୍ଟରପୋଲ୍‌କୁ ଆସିବା ପୂର୍ବରୁ ହଙ୍ଗୱେଇ ଚୀନ୍‌ରେ ପୋଲିସ୍‌ ଅଫିସର ଥିଲେ
ମେଙ୍ଗ ହଙ୍ଗୱେଇଙ୍କ ପାଖରେ ପୋଲିସ୍‌ ଚାକିରିର 40 ବର୍ଷର ଅନୁଭୂତି ଅଛି

ଇଣ୍ଟରପୋଲ୍‌ କ’ଣ ?
ଇଣ୍ଟରପୋଲ୍‌ର ପୂରା ନାଁ ହେଉଛି ‘ଇଣ୍ଟରନ୍ୟାସନାଲ୍‌ କ୍ରିମିନାଲ୍‌ ପୋଲିସ୍‌ ଅର୍ଗାନାଇଜେସନ୍‌’
ଇଣ୍ଟରପୋଲ୍‌ ଭିନ୍ନ ଭିନ୍ନ ଦେଶର ପୋଲିସ୍‌ ଭିତରେ ସମ୍ପର୍କ ସ୍ଥାପନର କାମ କରେ
ଅପରାଧ କରି ଅନ୍ୟ ଦେଶରେ ଯାଇ ଲୁଚୁଥିବା ଲୋକଙ୍କୁ ଇଣ୍ଟରପୋଲ ସନ୍ଧାନ କରେ
ଆବଶ୍ୟକତା ସ୍ଥଳେ ଭିନ୍ନ ଭିନ୍ନ ଦେଶର ପୋଲିସ୍‌କୁ ଇଣ୍ଟରପୋଲ୍‌ ସାହାଯ୍ୟ ବି କରେ
ଫ୍ରାନ୍ସର ଲାୟନ୍‌ ସହରରେ ରହିଛି ଇଣ୍ଟରପୋଲ୍‌ର ମୁଖ୍ୟାଳୟ
ସାରା ବିଶ୍ବର 192ଟି ଦେଶ ଇଣ୍ଟରପୋଲ୍‌ର ସଦସ୍ୟ ଅଛନ୍ତି ଆଉ ଏହାଠାରୁ ସାହାଯ୍ୟ ନିଅନ୍ତି

କୁଆଡ଼େ ଗଲେ ମେଙ୍ଗ ହଙ୍ଗୱେଇ ?

ମେଙ୍ଗ ଡିସେମ୍ବର 29 ତାରିଖରେ ଫ୍ରାନ୍ସରୁ ଚୀନ୍‌ ଅଭିମୁଖେ ବାହାରିଥିଲେ
ଚୀନ୍‌ରେ ପହଞ୍ଚିବା ପରଠାରୁ ମେଙ୍ଗଙ୍କର କାହାରି ସହ କିଛି କଥାବାର୍ତ୍ତା ହୋଇନାହିଁ
ସବୁଠାରୁ ପ୍ରଥମେ ମେଙ୍ଗଙ୍କ ସ୍ତ୍ରୀ ତାଙ୍କ ନିଖୋଜ ହେବା ସମ୍ପର୍କରେ ରିପୋର୍ଟ ଦେଲେ
ରିପୋର୍ଟ ଆସିବା ପରେ ଇଣ୍ଟରପୋଲ୍‌ ମେଙ୍ଗଙ୍କ ସନ୍ଧାନରେ ଲାଗିଛି
ଫ୍ରାନ୍ସ ପୋଲିସ୍‌ ବି ନିଜ ସ୍ତରରେ ମେଙ୍ଗଙ୍କର ସନ୍ଧାନ କରୁଛି
ଚୀନ୍‌ ପକ୍ଷରୁ ମେଙ୍ଗଙ୍କୁ ନେଇ କୌଣସି ସରକାରୀ ବୟାନ ଆସିନାହିଁ
ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମେଙ୍ଗଙ୍କୁ ଚୀନ୍‌ ପୋଲିସ୍‌ କବ୍‌ଜା କରିଛି
ଚୀନ୍‌ ପୋଲିସ୍‌ ମେଙ୍ଗଙ୍କୁ କୌଣସି ପୁରୁଣା ମାମଲାରେ ଗିରଫ କରିଛି

ଲୋକଙ୍କୁ ରହସ୍ୟଜନକ ଭାବେ ଗାଏବ୍‌ କରିବାରେ ସିଦ୍ଧହସ୍ତ ଚୀନ୍‌ ପୋଲିସ୍‌ । ଚୀନ ପୋଲିସ୍‌ ଯେ କାହାରିକୁ ବି ଉଠାଇ ନିଏ, ଏ ବାବଦରେ କାହାରିକୁ କିଛି ଜଣାଯାଏ ବି ନାହିଁ । ନିକଟରେ ଚୀନର ଜଣେ ଅଭିନେତ୍ରୀ ଫ୍ୟାନ୍‌ ବିଂଗବିଂଗଙ୍କୁ ସେଠାକାର ପୋଲିସ୍‌ ରହସ୍ୟମୟ ଭାବେ ଗାଏବ୍‌ କରିନେଲା । ଏ ଯାଏଁ କେବଳ ଅନୁମାନ ହିଁ କରାଯାଉଛି ଯେ ମେଙ୍ଗ ହଙ୍ଗୱେଇଙ୍କୁ ଚୀନ୍‌ ପୋଲିସ୍‌ ତା କବ୍‌ଜାରେ ରଖିଛି । ଯେତେବେଳଯାଏଁ ଚୀନ୍‌ ଅଧିକାରୀ ଏ ବାବଦରେ ସରକାରୀ ଭାବେ କିଛି ନ କହିବେ ସେତେବେଳଯାଏଁ ପତ୍ତା ଲଗାଇବା କଷ୍ଟକର ଯେ ଚୀନ୍‌ ପୋଲିସ୍‌ ତାଙ୍କୁ କବ୍‌ଜାକୁ ନେଇଛି ବା ତାଙ୍କ ସହ କିଛି ଦୁର୍ଘଟଣା ଘଟିଛି ।

Related Posts