୯୦ ଲକ୍ଷର ଶୌଚାଳୟ

୮ ଲିଟର ବଦଳରେ ଦରକାର 800 ମିଲି ପାଣି

ମୁମ୍ବାଇର ମେରାଇନ୍ ଡ୍ରାଇଭରେ ଗତକାଲି ଉଦଘାଟିତ ହୋଇଛି ୯୦ ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ସର୍ବସାଧାରଣ ଶୌଚାଳୟ । ୬ଟି ବ୍ଲକ୍ ଥିବା ଏହି ଶୌଚାଳୟରେ ପାଣି କମ୍ ଖର୍ଚ୍ଚ ହେବା ପାଇଁ ସୋଲାର ପ୍ୟାନେଲ ଓ ଭ୍ୟାକୁମ୍ ଟେକନିକ୍ ଭଳି ସୁବିଧାର ବ୍ୟବସ୍ଥା କରାଯାଇଛି । ସାଧାରଣତଃ ଥରେ ଶୌଚାଳୟରେ ଫ୍ଲସ୍ କରିବା ସମୟରେ ୮ ଲିଟର ପାଣି ବ୍ୟବହାର ହୋଇଥାଏ । କିନ୍ତୁ ଏହି ନୂଆ ଟେକନିକ୍ ଯୋଗୁ ଫ୍ଲଶରେ ମାତ୍ର ୦.୮ ଲିଟର ପାଣି ଖର୍ଚ୍ଚ ହେବ । ନରିମାନ୍ ପଏଣ୍ଟ ଚର୍ଚ୍ଚ ଗେଟ୍ ସିଟିଜେନ୍ ଆସୋସିଏସନ୍ ପକ୍ଷରୁ ଏହି ଶୌଚାଳୟର ନିର୍ମାଣ ପାଇଁ ସହାୟତା କରାଯାଇଛି । ଏହି ଟଏଲେଟ୍ କେବଳ ପାଣି ବଞ୍ଚାଇବ ନାହିଁ, ପ୍ରତିବର୍ଷ ଲକ୍ଷ ଲକ୍ଷ ଲିଟର ଆବର୍ଜନାକୁ ସିଧା ମେରାଇନ୍ ଡ୍ରାଇଭରେ ପହଞ୍ଚିବାରୁ ରୋକିବ । ଜଣେ ଅଧିକାରୀଙ୍କ ଅନୁସାରେ ସାଧାରଣ ଜନତାଙ୍କୁ ମାଗଣାରେ ଏହି ସୁବିଧା ମିଳିବ । ଏହାଦ୍ୱାରା ମେରାଇନ୍ ଡ୍ରାଇଭରେ ସକାଳୁ ଜଗିଂ ଓ ସାଇକ୍ଲିଂରେ ବାହାରିଥିବା ଲୋକମାନେ ଖୁବ୍ ଉପକୃତ ହେବେ ।

Related Posts