ଜିଓ ଓ ଏୟାରଟେଲକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ଆଦାନୀ ଗ୍ରୁପ; ପୁଣି ଆରମ୍ଭ ହେବାକୁ ଯାଉଛି ଟାରିଫ୍ ଯୁଦ୍ଧ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଣି ଆରମ୍ଭ ହେବାକୁ ଯାଉଛି ଟାରିଫ୍ ଯୁଦ୍ଧ । ଜିଓ ଓ ଏୟାରଟେଲକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ଆଦାନୀ ଗ୍ରୁପ । ତେବେ ବିଭିନ୍ନ ବିିଭାଗରେ ବ୍ୟବସାୟ କରି ସଫଳତା ହାସଲ କରିଥିବା ଆଦାନୀ ଗ୍ରୁପ ଏବେ ଟେଲିକମ୍ ସେକ୍ଟରରେ ପାଦଥାପିବାକୁ ପ୍ରସ୍ତୁତ ହେଉଛି । ଚଳିତ ମାସ ଶେଷ ସୁଦ୍ଧା ହେବାକୁ ଥିବା ୫ଜି ସ୍ପେକ୍ଟ୍ରମ ନିଲାମୀରେ ଭାଗ ନେବାକୁ ଆବେଦନ କରିଛି । ଜୁଲାଇ ୮ ତାରିଖରେ ଆଦାନୀ ଗ୍ରୁପ ତରଫରୁ ୫ ଜି ସ୍ପେକ୍ଟ୍ରମ ନିଲାମୀରେ ଭାଗ ନେବାକୁ ଟେଲିକମ୍ୟୁନିକେସନ ବିଭାଗ ନିକଟରେ ଆବେଦନ କରିଛି । ଏହି କ୍ରମରେ ଏୟାରଟେଲ, ଜିଓ ଓ ଭୋଡାଫୋନ-ଆଇଡିଆ ମଧ୍ୟ ନିଲାମରେ ଭାଗ ନେବାକୁ ଆବେଦନ କରିଛନ୍ତି । ସେପଟେ ଟେଲିକମ୍ ବିଭାଗ ପକ୍ଷରୁ କୁହାଯାଇଛି କି ୫ ଜି ସ୍ପେକ୍ଟ୍ରମ ନିଲାମୀରେ ଭାଗ ନେବାକୁ ଚାହୁଁଥିବା ନୂଆ କମ୍ପାନୀମାନେ ପ୍ରଥମେ ୟୁନିଫାଏଡ ଲାଇସେନ୍ସ ନେବାକୁ ପଡିବ । ଏହା ମାଧ୍ୟମରେ ଦେଶର କୌଣସି ପ୍ରାନ୍ତରେ ଏକ୍ସସେସ୍ ସର୍ଭିସ କିମ୍ବା ମୋବାଇଲ ଡାଟା କମ୍ପାନୀ ପ୍ରଦାନ କରିପାରିବ ।

ସେପେଟ ଯଦି କୌଣସି ବିଦେଶୀ କମ୍ପାନୀ ୟୁନିଫାଏଡ ଲାଇସେନ୍ସ ପାଇଁ ଆବେଦନ କରିବାକୁ ଚାହିଁବେ ତେବେ ସେମାନଙ୍କୁ ପ୍ରଥମେ ଭାରତରେ କମ୍ପାନୀ ପ୍ରସ୍ତୁତ କରିବାକୁ ପଡିବ କିମ୍ବା କୌଣସି ଭାରତୀୟ କମ୍ପାନୀ କିଣିବାକୁ ପଡିବ । ୫ ଜି ସ୍ପେକ୍ଟ୍ରମ ନିଲାମୀରେ ଭାଗ ନେଉଥିବା ନେଇ ଆଦାନୀ ଗ୍ରୁପ ତରଫରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ । ହେଲେ ଜୁଲାଇ ୧୨ ତାରିଖରେ ଏନେଇ ସମ୍ପୂର୍ଣ୍ଣ ତଥ୍ୟ ଆସିବ ବୋଲି କୁହାଯାଉଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts