ମେକ୍ ଇନ୍ ଓଡ଼ିଶା କନକ୍ଲେଭ; ଓଡ଼ିଶାରେ ୬୦ ହଜାର କୋଟି ନିବେଶ କରିବାକୁ ଘୋଷଣା କଲା ଅଦାନୀ ଗ୍ରୁପ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ। ଆଜି ଏହି କନକ୍ଲେଭର ଆଜି ଦ୍ୱିତୀୟ ଦିନରେ ଓଡିଶାରେ ୬୦ ହଜାର କୋଟି ନିବେଶ କରିବାକୁ ଘୋଷଣା କରିଛି ଅଦାନୀ ଗ୍ରୁପ୍ । ମେକ ଇନ ଓଡ଼ିଶା କନକ୍ଲେଭରେ ଯୋଗଦେଇ ଏହି ଘୋଷଣା କରିଛନ୍ତି ଅଦାନୀ ପୋର୍ଟସ୍ ଆଣ୍ଡ ଏସଇଜେଡ ସିଇଓ କରନ ଅଦାନୀ ।

ତେବେ ଆଗାମୀ ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ଏହି ୬୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଅଦାନୀ ଗ୍ରୁପ । ଓଡ଼ିଶାରେ ୪ ମିଲିୟନ ଟନ କ୍ଷମତାର ଆଲୁମିନା ରିଫାଇନାରୀ ଓ ୩୦ ମିଲିୟନ ଟନର ଲୁହା ପଥର ପ୍ରକଳ୍ପ ସ୍ଥାପନ କରିବ ।ଏହାଦ୍ୱାର ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ତେବେ ଖାଲି ଅଦାନୀ ଗ୍ରୁପ୍ ନୁହେଁ, ଜେଏସଡବ୍ଲୁ ଷ୍ଟିଲ ମଧ୍ୟ ଓଡିଶାରେ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବ । ଏନେଇ ସଜ୍ଜନ ଜିନ୍ଦଲ ବଡ ଘୋଷଣା କରିଛନ୍ତି । ଏହାପୂର୍ବରୁ ୨୦୧୮ ମେକ୍ ଇନ୍ ଓଡିଶା କନକ୍ଲେଭରେ ଜେଏସଡବ୍ଲୁ ୬୦ ହଜାର କୋଟି ଟଙ୍କା ନିବେଶ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲା । ସେଥିମଧ୍ୟରୁ ୩୦ ହଜାର କୋଟି ନିବେଶ ହୋଇସାରିଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରର ଜନତା ମଇଦାନରେ ଚାଲିଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨ । କନକ୍ଲେଭର ଦ୍ୱିତୀୟ ଦିନରେ ଶିଳ୍ପ କ୍ଷେତ୍ରରେ ବିପ୍ଳବ ଆଣିଥିବା ଶିଳ୍ପପତି ନେଇ ଚାଲିଛି ସ୍ୱତନ୍ତ୍ର ଅଧିବେଶନ ‘ପ୍ଲେନାରୀ ସେସନ’ । ପ୍ଲେନାରୀ ସେସନରେ ଭାଗ ନେଇ ମତ ଭାଗ ନେଇ ଦେଶର ବଛାବଛା ଶିଳ୍ପପତି । ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଶିଳ୍ପନୀତିକୁ ପ୍ରଶଂସା କରିଛନ୍ତି ଶିଳ୍ପପତି । ଏଥିସହ ଓଡ଼ିଶାରେ ନିବେଶ କରିବା ପାଇଁ ଘୋଷଣା କରି ନୂଆ ଆଶା ଦେଖାଇଛନ୍ତି ।

Related Posts