ଆଦାନୀ-ହିଣ୍ଡେନବର୍ଗ ମାମଲା: ବନ୍ଦ ଲଫାପାରେ କେନ୍ଦ୍ର ସରକାରଙ୍କ ସୁପାରିଶ ଗ୍ରହଣ କରିବାକୁ ମନା କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୧୮/୨(ସତ୍ୟପାଠ ବ୍ୟୁରୋ): ଆଦାନୀ ଗ୍ରୁପ୍ ବିରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ଆଣିଥିବା ଅଭିଯୋଗର ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ମାମଲାର ତଦନ୍ତ ପାଇଁ ଏକ କମିଟି ସୁପାରିଶ ନେଇ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ଏକ ବନ୍ଦ ଲଫାପାରେ କେନ୍ଦ୍ର ସରକାରଙ୍କ ପକ୍ଷ ରଖିଥିଲେ। ହେଲେ କୋର୍ଟ ତାଙ୍କ ବନ୍ଦ ଲଫାପାକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି।

ଶୁକ୍ରବାର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ପିଏସ୍‌ ନରସିହ୍ମା ଓ ଜଷ୍ଟିସ୍ ଜେବି ପାରଦୀୱାଲାଙ୍କ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଶୁଣାଣି ବେଳେ ସରକାରୀ ଓକିଲ ତୁଷାର ମେହେଟ୍ଟାଙ୍କୁ ଖଣ୍ଡପୀଠ କହିଛନ୍ତି ଯେ, ଆମେ ଆପଣଙ୍କର ବନ୍ଦ ଲଫାପାକୁ ଗ୍ରହଣ କରିପାରିବୁ ନାହିଁ। କାରଣ ଆମେ ଏହି ମାମଲାରେ ସମ୍ପୂର୍ଣ୍ଣ ନିରପେକ୍ଷ ଓ ପାରଦର୍ଶିତା କାଏମ ରଖିବାକୁ ଚାହୁଁଛୁ। ଏଥିସହିତ ସୁପ୍ରିମକୋର୍ଟର ସିଟିଂ ଜର୍ଜଙ୍କୁ ତଦନ୍ତକାରୀ କମିଟିରେ ରଖାଯିବ ନାହିଁ। କାରଣ ସୁପ୍ରିମକୋର୍ଟ କମିଟି ନିଯୁକ୍ତିରେ ଓ ନିବେଶଙ୍କ ସହ ସମ୍ପୂର୍ଣ୍ଣ ପାରଦର୍ଶିତା ଅବଲମ୍ବନ କରିବାକୁ ଚାହୁଁଛନ୍ତି ବୋଲି ଖଣ୍ଡପୀଠ କହିଛନ୍ତି।

ଖଣ୍ଡପୀଠ ଆହୁରି କହିଛନ୍ତି ଯେ ଏହି ମାମଲାରେ ସୁପ୍ରିମକୋର୍ଟ ନିଜେ କମିଟି ଗଠନ କରିବେ । ଏଥିରେ କେନ୍ଦ୍ର ସରକାରଙ୍କର କୌଣସି ହସ୍ତକ୍ଷେପ ହେବ ନାହିଁ, କି ମାମଲାରେ ଆବେଦକ କିମ୍ବ ସରକାରଙ୍କର କୌଣସି ସୁପାରିଶର ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି। ଆମେ ବନ୍ଦ ଲଫାପାରେ ସରକାରୀ ପ୍ରସ୍ତବା ଚାହୁଁନାହୁଁ କି ସରକାରୀ ନିଯୁକ୍ତ କମଟି ଛାହୁଁ ନାହୁଁ। କାରଣ ନିବେଶକ ଓ ସାଧାରଣ ଜନତାଙ୍କ ମଧ୍ୟରେ ବିଶ୍ୱାସ ରହିବା ଦରକାର ବୋଲି ଖଣ୍ଡପୀଠ କହିଛନ୍ତି।

ଫେବ୍ରୁଆରୀ ୧୦ ତାରିଖରେ ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟର ନିବେଶଙ୍କ ହିତ ସର୍ବୋପରି ବୋଲି କହିଥିଲେ। ସୂଚନା ଥାଉକି ଏହି ଘଟଣାକୁ ନେଇ ଓକିଲ ଏମ୍‌ଏଲ୍ ଶର୍ମା ଓ ବିଶାଳ ତିୱାରୀ, କଂଗ୍ରେସ ନେତ୍ରୀ ଜୟା ଠାକୁର ଓ ଦଳର କାର୍ଯ୍ୟକର୍ତ୍ତା ମୁକେଶ କୁମାର ଆଦି ସୁପ୍ରିମକୋର୍ଟରେ ୪ଟି ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି।

ଶୁଣାଣି ସମୟରେ ଏମ୍‌ଏଲ୍ ଶର୍ମା କହିଥିଲେ ଯେ ମୁଁ କୌଣସି କମ୍ପାନୀ ସହିତ ଜଡ଼ିତ ନାହିଁ। ତେବେ ଶର୍ଟ ସେଲିଂକୁ ନେଇ ଚିନ୍ତା ହେଉଛି। ଏହାପରେ ସୁପ୍ରିମକୋର୍ଟ ଶର୍ଟ ସେଲିଂ ଅର୍ଥ ବୁଝାଇବାକୁ ଶ୍ରୀ ଶର୍ମାଙ୍କୁ କହିଥିଲେ। କୋର୍ଟରେ କହିଥିଲେ ଆପଣ ମାମଲା ଦାୟର କରିଛନ୍ତି। ତେଣୁ ଶର୍ଟ ସେଲିଂ କଣ ବୁଝାନ୍ତୁ।

ଏହାପରେ ଶ୍ରୀ ଶର୍ମା କହିଥିଲେ ଯେ ଶେୟାର ଡେଲିଭରି ନ କରି ବିକ୍ରି ବଜାରକୁ କ୍ରାସ୍ କରାଯାଇଥାଏ। ପରେ ମିଡିଆରେ ଏହାର ଖବର ପ୍ରଚାର କରାଯାଇଥାଏ। ଏହାପରେ କୌଣସି କମ୍ପାନୀ ନିଜ ଶେୟାରକୁ ସାଗମାଛ ମୂଲରେ କିଣି ବଜାରରେ ଉଚ୍ଚା ଦାମରେ ବିକ୍ରି କରିଥାଏ। ଶର୍ମାଙ୍କ ତର୍କି ଶୁଣିବା ପରେ କଣ ମିଡିଆ ଶର୍ଟ ସେଲର କି ବୋଲି ଜଷ୍ଟିସ୍ ନରସିହ୍ମା ପ୍ରଶ୍ନ କରିଥିଲେ। ଜବାବରେ ଶ୍ରୀ ଶର୍ମା ଯାହା ଦଲିଲ ଦେଇଥିଲା କୋର୍ଟ ତାକୁ ଗୁରୁତ୍ୱ ଦେଇନଥିଲେ। ଏହାପରେ ପ୍ରଶାନ୍ତ ଭୂଷଣ ସମସ୍ତ ଟେକ୍ନିକାଲ ଦିଗ ବିଷୟରେ କୋର୍ଟଙ୍କୁ ଅବଗତ କରାଇଥିଲେ।

Related Posts