ଆଫଗାନ ଫେରନ୍ତାଙ୍କୁ ଦିଆଯିବ ପୋଲିଓ ଟିକା – କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ଆଫଗାନିସ୍ତାନ ଏବେ ତାଲିବାନ ମାନଙ୍କ କବଜାରେ ରହିଛି । ଏହା ମଧ୍ୟରେ ସେଠାରୁ ଅନେକ ନାଗରିକ ତାଲିବାନ ଭୟରେ ଭାରତ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଆଜି ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ଆଫଗାନିସ୍ତାନରୁ ଭାରତକୁ ଫେରୁଥିବା ଲୋକଙ୍କୁ ମାଗଣାରେ ପୋଲିଓ ଟିକା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । 

ସ୍ୱାସ୍ଥ୍ୟମନ୍ତ୍ରୀ ଏ ନେଇ ଟୁଇଟରରେ ସୂଚନା ଦେଇଛନ୍ତି। ସେ ଟ୍ୱିଟରରେ ଏକ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି । ଏଥିରେ ଦେଖିବାକୁ ମିଳୁଛି ଯେ ଆଫଗାନିସ୍ତାନରୁ ଭାରତ ଫେରୁଥିବା ଲୋକମାନଙ୍କୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ଟିକାକରଣ କରାଯାଉଛି ।

ତେବେ ଏହି ଟିକା ଦିଆଯିବାର କାରଣ ହେଲା ଆଫଗାନିସ୍ତାନ ଏବଂ ପାକିସ୍ତାନରେ ପୋଲିଓ ଆଜି ବି ଏଣ୍ଡେମିକ୍ ଅବସ୍ଥାରେ ରହିଛି । ଅର୍ଥାତ୍ ନିୟମିତ ଭାବେ ଏହି ଦୁଇ ଦେଶର ଲୋକମାନଙ୍କ ଠାରେ ବ୍ୟାପୁଥିବା ଦେଖିବାକୁ ମିଳିଛି ।

ଦୁଇ ପ୍ରକାରର ଗୋଷ୍ଠୀ ପୋଲିଓ ଭୁତାଣୁ ପ୍ରତି ପ୍ରତିଷେଧକ ବ୍ୟବସ୍ଥା ଭାବରେ ଆଫଗାନିସ୍ତାନରୁ ଫେରିଥିବା ଲୋକଙ୍କୁ ମାଗଣା ପୋଲିଓ ଟୀକାକରଣ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମାଣ୍ଡବୀୟ ଟ୍ୱିଟ କରିଛନ୍ତି। ଶନିବାର ଦିନ ଆଫଗାନିସ୍ତାନରୁ ୩୦୦ରୁ ଅଧିକ ଭାରତୀୟଙ୍କୁ ଭାରତକୁ ଫେରାଇ ଅଣାଯାଇଛି।

ସୂଚନାଯୋଗ୍ୟ ଯେ ଆଜି ଭାରତୀୟ ବାୟୁସେନାର ସି -୧୭ ଗ୍ଲୋବମାଷ୍ଟର ୧୬୮ ଜଣଙ୍କୁ ଗାଜିଆବାଦର ହିଡନ ଏୟାରବେସରେ ବିମାନ ପହଞ୍ଚିଥିଲା। ସେମାନଙ୍କ ମଧ୍ୟରୁ ୧୦୭ ଜଣ ଭାରତୀୟ ନାଗରିକ। ଏହା ବ୍ୟତୀତ  ଭାରତୀୟ ବାୟୁସେନାର ଏକ ସାମରିକ ବିମାନ ଆଜି ସକାଳେ ୮୭ ଜଣ ଭାରତୀୟ ଏବଂ ଦୁଇ ନେପାଳ ନାଗରିକଙ୍କୁ ନେଇ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲା । 

Related Posts