ତାମିଲନାଡୁର ବରିଷ୍ଠ ବିଜେପି ନେତା ଲା ଗଣେଶନ ହେଲେ ମଣିପୁର ରାଜ୍ୟପାଳ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ତାମିଲନାଡୁର ବରିଷ୍ଠ ବିଜେପି ନେତା ଲା ଗଣେଶଙ୍କୁ ରବିବାର ମଣିପୁରର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାମିଲନାଡୁର ବିଜେପି ନେତା ଲା ଗଣେଶନଙ୍କୁ ମଣିପୁର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି । ସେ ଏହା ପୂର୍ବରୁ ରାଜ୍ୟସଭା ସାଂସଦ ଥିଲେ । 

ସୂଚନାଯୋଗ୍ୟ ଯେ ସେ ତାମିଲନାଡୁ ବିଜେପିର ଅଧ୍ୟକ୍ଷ ଭାବେ ବି କାର୍ଯ୍ୟ କରିଛନ୍ତି । ଏହାସହ ସେ ବିଜେପିର ବିଭିନ୍ନ ପଦ ପଦବୀରେ ରହିସାରିଛନ୍ତି । ଚଳିତ ମାସ ଆରମ୍ଭରେ ନଜମା ହେପ୍ଟଲ୍ଲା ମଣିପୁର ରାଜ୍ୟପାଳ ପଦରୁ ଅବସର ନେବା ପରେ ଏହି ପଦ ଖାଲି ପଡିଥିଲା। 

ଡକ୍ଟର ହେପଟୁଲ୍ଲା ଅଗଷ୍ଟ ୧୦ ରେ ପଦ ଛାଡିଥିଲେ ଏବଂ ସେହି ଦିନ ସିକ୍କିମ ରାଜ୍ୟପାଳ ଗଙ୍ଗା ପ୍ରସାଦଙ୍କୁ ମଣିପୁର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପୂର୍ବରୁ ବି କିଛି ରାଜ୍ୟର ରାଜ୍ୟପାଳ ବଦଳିଥିଲେ । ଲା ଗଣେଶନଙ୍କୁ ମଣିପୁରର ୧୭ ତମ ରାଜ୍ୟପାଳ ଭାବେ ରାଷ୍ଟ୍ରପତି ନିଯୁକ୍ତ କରିଛନ୍ତି । 

Related Posts