ଭାରତକୁ ଆଫଗାନିସ୍ତାନର ପ୍ରତିଶ୍ରୁତି: ଭାରତ ବିରୋଧରେ ଏଠି ରହି ପାକିସ୍ତାନ ଆତଙ୍କବାଦୀ ଷଡ଼ଯନ୍ତ୍ର କଲେ ନେବ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଭାରତକୁ ଆଫଗାନିସ୍ତାନର ପ୍ରତିଶ୍ରୁତି । ଭାରତ ବିରୋଧୀ ପାକିସ୍ତାନର କୌଣସି ଆତଙ୍କବାଦମୁଳକ କାର୍ଯ୍ୟକଳାପ ଆଫଗାନିସ୍ତାନ ମାଟିରେ ହୋଇପାରିବ ନାହିଁ ବୋଲି ଭାରତକୁ କଥା ଦେଇଛି ଆଫଗାନିସ୍ତାନ।

ଏନେଇ ଗତସପ୍ତାହରେ ଆଫଗାନିସ୍ତାନର କାବୁଲରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ୱିପାଖିକ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଭାରତକୁ ପ୍ରତିଶ୍ରୁତି ଦେଇଛି ଆଫଗାନିସ୍ତାନ। ରିପୋର୍ଟ ଅନୁସାରେ, ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପିଏଆଇ(ପାକିସ୍ତାନ, ଆଫଗାନିସ୍ତାନ ଓ ଇରାନ)ର ଯୁଗ୍ମ ସଚିବ ଜେପି ସିଂହଙ୍କ ନେତୃତ୍ୱରେ ଏକ ଟିମ୍ ତାଲିବାନ ସରକାରଙ୍କ ସହ କାବୁଲରେ ଏକ ବୈଠକ କରିଥିଲା। ଏହି ବୈଠକରେ ଆଫଗାନିସ୍ତାନ ଇଣ୍ଟେରିୟର ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନୀ, ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁତ୍ତକୀ, ପ୍ରତିରକ୍ଷମନ୍ତ୍ରୀ ମୁଲ୍ଲା ୟାକୁବ ଆଦି ଯୋଗ ଦେଇଥିଲେ।

ଏହା ପୂର୍ବରୁ ଭାରତର ଜାତୀୟ ପରାମର୍ଶ ଦାତା ଅଜିତ ଡୋଭାଲ ଋଷ, ଚୀନ, ଇରାନ ଏବଂ ସେଣ୍ଟ୍ରିଲ୍ ଏସିଆନ୍‌ ଦେଶମାନଙ୍କର NSAମାନଙ୍କ ସହ ଆଲୋଚନା କରିଥିଲେ। ଆତଙ୍କବାଦୀ ବିରୋଧରେ ଲଢ଼ିବାକୁ ଆଫଗାନିସ୍ତାନର ଦକ୍ଷତାକୁ ବଢ଼ାଇବାକୁ ପଡ଼ିବ ବୋଲି ଡୋଭାଲ କହିଥିଲେ। ଏହାପରେ ଆଫଗାନିସ୍ତାନ ସହ ବୈଠକ କରିଥିଲା ଭାରତ। ଏହି ବୈଠକରେ ଭାରତ ପାକ ପ୍ରାୟୋଜିତ ଆତଙ୍କବାଦୀ ସଂଗଠନ ଯଥା ଜୈଶ-ଇ ମହମ୍ମଦ, ଲସ୍କର-ଇ- ତୟବା ଯେମିତି ଆଫଗାନିସ୍ତାନରେ ରହି ଭାରତ ବିରୋଧୀ ଷଡ଼ଯନ୍ତ୍ର ନକରେ ସେହି ପ୍ରସଙ୍ଗ ଉଠାଇଥିଲା। ତା ସହ ମାନବିକାତ ଦୃଷ୍ଟିରୁ ଭାତର ପଠାଉଥିବା ସାମଗ୍ରୀକୁ ପରିଚାଳନା କରୁଥିବା ଅନ୍ତର୍ଜାତୀୟ ସଂସ୍ଥାମାନଙ୍କର ପ୍ରତିନିଧିମାନଙ୍କୁ ମଧ୍ୟ ସାକ୍ଷାତ କରିଥିଲା ଜେପି ସିଂହଙ୍କ ଟିମ୍।

Related Posts