ଆଉ ୪ ଦିନକୁ ବଢିଲା ଶ୍ରଦ୍ଧା ୱାଲ୍କର ହତ୍ୟା ମାମଲାରେ ଅଫତାବ ପୁନାୱାଲାଙ୍କ ପୋଲିସ କଷ୍ଟଡି

ନୂଆଦିଲ୍ଲୀ : ଶ୍ରଦ୍ଧା ୱାଲ୍କର ହତ୍ୟା ମାମଲାରେ ପୋଲିସ ଅଭିଯୁକ୍ତ ବୟ ଫ୍ରେଣ୍ଡ ଅଫତାବ ପୁନାୱାଲାକୁ କଷ୍ଟଡିକୁ ନେଇ ତଦନ୍ତ ଜାରି ରଖିଥିବା ବେଳେ, ମଙ୍ଗଳବାର ସାକେତ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଅଫତାବର ପୋଲିସ କଷ୍ଟଡିକୁ ଆଉ ୪ ଦିନ ବଢାଇ ଦେଇଛନ୍ତି। ତାର କଷ୍ଟଡି ନଭେମ୍ବର ୨୨ ତାରିଖରେ ଶେଷ ହେଉଥିଲା। ଏହା ପୂର୍ବରୁ କୋର୍ଟରେ ଅଫତାବର ପଲିଗ୍ରାଫି ପରୀକ୍ଷଣ ନିମନ୍ତେ ନିବେଦନ କରାଯାଇଥିଲା। ଏହି ପରୀକ୍ଷଣ ପରେ ତାର ନାର୍କୋ ଟେଷ୍ଟ କରାଯିବ।

ଅଭିଯୁକ୍ତ ଅଫତାବ ପୁନାୱାଲା ନିଜ ପରିଜନଙ୍କୁ ଭେଟିପାରିବ। ଏଥିଲାଗି ମଧ୍ୟ ସାକେତ କୋର୍ଟ ମଙ୍ଗଳବାର ଅନୁମତି ଦେଇଛନ୍ତି। ଏଥିଲାଗି ଅଫତାବର ଓକିଲ କୋର୍ଟଙ୍କ ଶରଣାପନ୍ନ ହୋଇଥିଲେ। ଏଥିରେ ଅଫତାବକୁ ତା ପରିଜନଙ୍କୁ ଭେଟିବା ଲାଗି ଅନୁମତି ଦେବା ନିମନ୍ତେ ନିବେଦନ କରାଯାଇଥିଲା। ଯାଞ୍ଚ ଅଧିକାରୀଙ୍କ ଅଧିକାର କ୍ଷେତ୍ରରେ ଅଫତାବ ତା ପରିବାର ଲୋକଙ୍କୁ ଭେଟିପାରିବ ବୋଲି ଓକିଲ କହିଛନ୍ତି।

ଅଫତାବର ଆଡଭୋକେଟ ଅବିନାଶଙ୍କ ଅନୁସାରେ ତା ପରିବାର ନିଖୋଜ ନୁହନ୍ତି ଦିନେ ଅଥବା ଦୁଇ ଦିନ ମଧ୍ୟରେ ପରିବାର ଲୋକେ ତା ସହ ସମ୍ପର୍କ କରିପାରନ୍ତି। ଏଣୁ ଅବିନାଶ କୋର୍ଟରେ ଅଫତାବକୁ ତା ପରିବାର ସହ ଭେଟିବାକୁ ଅନୁମତି ଦିଆଯାଉ ବୋଲି ନିବେଦନ କରାଯାଇଥିବା ବେଳେ ଏଥିଲାଗି କୋର୍ଟଙ୍କ ଅନୁମତି ମିଳିଛି।

ସେହିପରି ଅଫତାବ କୋର୍ଟରେ ପୋଲିସକୁ ଯାଞ୍ଚରେ ସହଯୋଗ କରୁଥିବାର କହିଛି। ମାମଲାରେ ଅଫତାବ ସବୁକିଛି ପୋଲିସକୁ କହିବ ବୋଲି କହିଛି। ତେବେ ମାମଲା ଅଧିକ ଦିନର ହୋଇଯାଇଥିବାରୁ କେତେକ ଜିନିଷ ମନେ ପକାଇ ପାରୁନଥିବା କହିଛି। ଅଫତାବଙ୍କ ଓକିଲଙ୍କ ଅନୁସାରେ ସେ ଶବକୁ ଖଣ୍ଡ ଖଣ୍ଡ କରିବା ଲାଗି ଆରି କେଉଁଠୁ କିଣିଥିଲା ତାହା ମନେ ପକାଇ ପାରୁନାହିଁ। ସେହିପରି ସେ ଏକ ପୋଖରୀର ମ୍ୟାପ୍‌ ମଧ୍ୟ କରିଛି। ଯେଉଁଠି ସେ ଶ୍ରଦ୍ଧାର ମୁଣ୍ଡକୁ ଫିଙ୍ଗିଛି।

Related Posts