ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ପରେ ରାଜସ୍ଥାନ ଆସନ୍ତୁ ରାହୁଲ, ନଚେତ୍ ଆମେ ଭାରତ ଯୋଡୋ ଯାତ୍ରାକୁ ବିରୋଧ କରିବୁ: ବିଜୟ ବୈଂସଲା ଗୁର୍ଜର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ମହାରାଷ୍ଟ୍ରରେ ଚାଲିଛି। ଏହି ଯାତ୍ରା ମହାରାଷ୍ଟ୍ର ପରେ ମଧ୍ୟପ୍ରଦେଶ ହୋଇ ଡିସେମ୍ବର ପ୍ରଥମ ସପ୍ତାହରେ ରାଜସ୍ଥାନରେ ପହଞ୍ଚିବ । ହେଲେ ଏହାକୁ ନେଇ ଏବେ ଠାରୁ ବିବାଦ ମୁଣ୍ଡ ଟେକିଲାଣି । ଗୁର୍ଜର ଆରକ୍ଷଣ ସଙ୍ଘର୍ଷ ସମିତିର ଅଧ୍ୟକ୍ଷ ବିଜୟ ବୈଂସଲା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ମଙ୍ଗଳବାର ଦିନ ଏକ କାର୍ଯ୍ୟକ୍ରମରେ ବିଜୟ ବୈଂସଲା ଗୁର୍ଜର ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା କଥା କହିଛନ୍ତି ।

ବୈଂସଲା କହିଛନ୍ତି ଯେ, ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଗୁର୍ଜର ସମ୍ପ୍ରଦାୟ କଂଗ୍ରେସ କୁ ଭୋଟ୍ ଦେଇଛନ୍ତି, ଆମେ ବିଧାୟକ ନୁହେଁ, ମୁଖ୍ୟମନ୍ତ୍ରୀ ଚାହୁଁ । ଡିସେମ୍ବର ୩ ରେ ରାହୁଲ ଗାନ୍ଧୀ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତୁ ଏବଂ ତାଙ୍କ ସହ ରାଜସ୍ଥାନକୁ ଆସନ୍ତୁ । ଯଦି ଏହିପରି ହୁଏ ତେବେ, ସମଗ୍ର ସମାଜ ତାଙ୍କୁ ସ୍ୱାଗତ କରିବ, ନଚେତ୍ ସେ ଆମର ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ହେବା ଉଚିତ୍ । ଯଦି ଆମେ ଉତ୍ତର ପାଇବୁ ନାହିଁ, ତେବେ ବିରୋଧ ନିଶ୍ଚିତ କରିବୁ ।

ବୈଂସଲା କହିଛନ୍ତି ଯେ ବର୍ତ୍ତମାନ ସମୟ ଆସିଛି । ମୁଖ୍ୟମନ୍ତ୍ରୀ କରିବା କଥା ଯଦି କରନ୍ତୁ ନଚେତ୍ ଖୋଲାଖୋଲି ମନା କରନ୍ତୁ । ଆମେ ଚାରି ବର୍ଷ ଅପେକ୍ଷା କରିଛୁ ଏବଂ ଆଉ କେତେ ଦିନ କରିବୁ ? ଆଠ ଜଣ ଗୁର୍ଜର ବିଧାୟକ ଅଛନ୍ତି, କାହାକୁ ବି ମୁଖ୍ୟମନ୍ତ୍ରୀ କରନ୍ତୁ ।

ସୂଚନାଯୋଗ୍ୟ ଯେ, ବିଜୟ ବୈଂସଲା ମଙ୍ଗଳବାର ଦିନ ରାଜସ୍ଥାନର ଦୌସା ଜିଲ୍ଲାରେ ଥିଲେ । ଯେଉଁଠାରେ ସେ ଏକ ହୋଟେଲରେ ଗୁର୍ଜର ସମ୍ପ୍ରଦାୟର ଲୋକଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ୨୦୧୯ ଏବଂ ୨୦୨୦ ର ଚୁକ୍ତିନାମା ସରକାରଙ୍କ ପାଖରେ ସମାଧାନ ନହୋଇ ରହିଛି । ଯୁବକମାନଙ୍କୁ ରାହୁଲ ଗାନ୍ଧୀଙ୍କ ଠାରୁ ଧୋକା ମିଳିଛି । ଯଦିଓ ସରକାର ଆମର କାମ ନକରନ୍ତି, ତେବେ ଆମେ ତାଙ୍କ ରାସ୍ତା ଅବରୋଧ କରିବୁ ।

Related Posts